ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଠାରେ ରବିବାର (ମେ’ ୧୦) ଦିନ ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡ଼େରେସନ କଳାହାଣ୍ଡି ଓ ବ୍ଲକ ଶାଖାର ମିଳିତ ସହଯୋଗରେ ବାବା ସାହେବ ଡ଼. ବି.ଆର ଅମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରଥମେ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା। ପରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ଭଗବାନ ଗୌତମ ବୁଦ୍ଧ ଏବଂ ବାବାସାହେବ ଡ. ଭିମରାଓ ଳଙ୍କ ପୂଜାର୍ଚ୍ଚନା କରାଯାଇ ବୁଦ୍ଧମ ଶରଣମ ଗଛାମୀ ମନ୍ତ୍ରୋଚ୍ଚାରଣ କରି, କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏଓଏସସିଏଫର ରାଜ୍ୟ ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବା ବେଳେ, ନିମନ୍ତ୍ରିତ ଅତିଥିଭାବେ ଏଓଏସସିଏଫର ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଜିଲ୍ଲା ସମ୍ପାଦକ ଶତୃଘନ ନାଏକ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ନର୍ଲା ସଭାପତି ରଘୁନାଥ ଦୀପ, ରାମପୁର ବ୍ଳକ ଉପସଭାପତି ବେଣୁଧର ସୁନା, ରାମପୁର ବ୍ଳକ ସାଧାରଣ ସମ୍ପାଦକ ପ୍ରେମ ସାଗର ନାଏକ,

କମର୍ଦ୍ଧା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ, ସମାଜସେବୀ ଅର୍ଜୁନ ବେନୁଆଁ, ଶିକ୍ଷକ ଲୋକନାଥ ହରିଜନ, ନିର୍ଲା ଉପଦେଷ୍ଟା କମିଟି ସଦସ୍ୟ ଧରମ କୁମାର ତାଣ୍ଡି, ସମାଜସେବୀ, ନକୁଳ ବେନୁଆଁ, ସମାଜସେବୀ କ୍ଷମାସାଗର ସୁନା ମଞ୍ଚାସୀନ ଥିଲେ। ଅନ୍ଧବିଶ୍ଵାସ ଓ ପାଖଣ୍ଡବାଦକୁ ଭୁଲି ବାବା ସାହେବ ଦେଇଥିବା ମନ୍ତ୍ର ଶିକ୍ଷିତ ହୁଅ ସଂଘଟିତ ଓ ସଂଘର୍ଷ କର ଉକ୍ତି କୁ ପାଥେୟ କରି ଶିକ୍ଷା ପ୍ରତି ଧ୍ୟାନ ଦେଇ ସମାଜକୁ ଶିକ୍ଷିତ ଓ ସୁଦୃଢ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।

ଏଥିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। କାର୍ଯ୍ୟକ୍ରମଟିକୁ ଶିକ୍ଷକ ବିଭୂତି ଭୁଷଣ ତାଣ୍ଡି ପରିଚାଳନା କରିଥିବାବେଳେ ସମସ୍ତ ପଡାବାସୀ ସହଯୋଗ କରିଥିଲେ। ଶେଷରେ ଅର୍ଜୁନ ବେନୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।





