ମିଟୁ ଭାଇଙ୍କ ଠାରୁ ସାବିତ୍ରୀ ଭେଟି ପାଇ ଭଉଣୀ ଖୁସି

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ। ଏହି ପରିପ୍ରେକ୍ଷୀରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ (ଭଉଣୀମାନଙ୍କ ପ୍ରିୟ ମିଟୁ ଭାଇ)) ଯୋଗଦେଇ ଦଳର କାର୍ଯ୍ୟକର୍ତ୍ତା ଭଉଣୀ, ଏମ୍ ବି କେ, ସି ଆର ପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବ୍ୟାଙ୍କ ମିତ୍ର ଭଉଣୀ ମାନଙ୍କୁ ସାବିତ୍ରୀ ଭେଟି ତାଙ୍କ ଶ୍ରମ ଓ ସେବାକୁ ନମନ କରି ଏକ ଖଣ୍ଡ ଲୁଗା, ସାବିତ୍ରୀ ଯୋଗାଡ଼ ସହିତ ୧୦୦ ଟଙ୍କା ପ୍ରଦାନ କରିଥିଲେ। ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଭଉଣୀମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁଷ୍ୟ ନିମନ୍ତେ ଯେପରି ଉପବାସ ଓ ପୂଜା କରନ୍ତି, ତାହା ଏକ ଅଦ୍ୱିତୀୟ ଭକ୍ତିର ନିଦର୍ଶନ। ଏହି ଅବସରରେ ଆଗାମୀ ସାବିତ୍ରୀ ବ୍ରତ ୧୬/୦୫/୨୬ ହେବାକୁ ନେଇ ଆଜି ସମସ୍ତ ଭଉଣୀମାନଙ୍କୁ ସାବିତ୍ରୀ ଭାର ବଣ୍ଟନ କରି ମୁଁ ଗର୍ବିତ ଅନୁଭବ କରିବା ସହ ଓଡ଼ିଆ ସାଂସ୍କୃତିକ ଅଗ୍ରାଧିକାର ଦେବା ପାଇଁ ଆମେ ସର୍ବଦା ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହି ଅବସରରେ ସାବିତ୍ରୀ ଭେଟି ପାଇଥିବା ଭଉଣୀ ମାନେ ମନ୍ତ୍ରୀଙ୍କୁ ପ୍ରିୟ ମିଟୁ ଭାଇ ବୋଲି ପ୍ରଶଂସା କରି ବହୁତ ଖୁସି ଅନୁଭବ କରି ଥିଲେ। ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ବିଧାୟକ ପ୍ରତିନିଧି ହରିହର ସାହୁ, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ନଗର ସଭାପତି କେଦାରନାଥ ମହାରଣା, ଏନ୍ ଏ ସି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ଉପସଭାପତି ସୁନୀଲ ପାଢ଼ୀ, ବୁଗୁଡ଼ା ଏନଏସି ବିଧାୟକ ପ୍ରତିନିଧି ୟୁ ବୁଲୁ ପାତ୍ର,ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ, ଆସିକା ଚିନିଶିଳ୍ପ ନିର୍ଦ୍ଦେଶ ବସନ୍ତ ଦଳେଇ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.