କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକ ଆୟୁବ ଖାଁଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): କଣ୍ଟାବାଞ୍ଜିର ପୂର୍ବତନ ବିଜେଡି ବିଧାୟକ ଆୟୁବ ଖାଁ ଙ୍କ ପରଲୋକରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରାଯାଇ ତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ପ୍ରେସ କ୍ଲବ କାର୍ଯ୍ୟାଳୟରେ ଆୟୋଜିତ ଏହି ସଭାରେ ସାମ୍ବାଦିକମାନେ ଯୋଗଦେଇ ଦିବଙ୍ଗତ ନେତାଙ୍କ ସ୍ମୃତିଚାରଣ କରିଥିଲେ। ସଭାରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଆୟୁବ ଖାଁ ଜଣେ ବିକାଶମୁଖୀ ଓ ଜନପ୍ରିୟ ନେତା ଥିଲେ। କଣ୍ଟାବାଞ୍ଜି ଅଞ୍ଚଳର ଉନ୍ନତି ପାଇଁ ତାଙ୍କ ଅବଦାନ ଅତୁଲନୀୟ ଓ ସଦା ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଶୋକ ସଭାରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ଉପ-ସଭାପତି ମନୋଜ ଶର୍ମା, କୋଷାଧ୍ୟକ୍ଷ କମଳଜିତ ସିଂ ମାଖିଜା, ଅଫିସ ସମ୍ପାଦକ ବିଶିକେସନ୍ ମାଝୀ, ପରାମର୍ଶଦାତା ଆଶିଷ ଖଇତାନ, ଦୁର୍ଗାପ୍ରସାଦ ଗୁପ୍ତା ଓ ସଦସ୍ୟ କମଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.