ଓଡ଼ିଆ ବାର୍ତ୍ତା/ ସିନ୍ଧେକେଲା: ଗାଁ କୁ ଯୋଡିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କରିଛନ୍ତି l ଆବଶ୍ୟକ ଥାଇ ମଧ୍ୟ ଅନେକ ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯାଇ ନାହିଁ l ଭଲ ରାସ୍ତା ଖଣ୍ଡେ ନ ଥିବାରୁ ସେହି ଗ୍ରାମସବୁ ଅନେକ ଅସୁବିଧା ଭୋଗୁଛନ୍ତି l ଖରିଆର -ଭବାନୀପାଟଣା ଷୋହଳ ନମ୍ବର ରାଜ୍ୟରାଜପଥ ବଡପରା ଛକରୁ ଗ୍ରାମଦେଇ ପଥର ଦେଉଳ ପର୍ଯ୍ୟନ୍ତ ପ୍ରାୟ ୩ କିମି ବର୍ଷବର୍ଷ ଧରି ବିତି ଯାଇଥିଲେ ମଧ୍ୟ ନିର୍ମାଣ ହୋଇ ପାରିଲା ନାହିଁ l ବଡପରା ଗ୍ରାମବାସୀ ଅନେକ ଦିନ ଧରି ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି l ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି l ରାସ୍ତା ଅବସ୍ଥା ଏତେ ଖରାପ ଯେ ଯିବାଆସିବାରେ ବହୁତ ଅସୁବିଧା ହେଉଛି l ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡେ l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି l





