ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେଞ୍ଜ ଅଧିନସ୍ଥ କମର୍ଦ୍ଧା ଜଙ୍ଗଲରେ ଗୋଟିଏ ଦନ୍ତା ଟଳି ପଡିଛି। ସ୍ଥାନୀୟ ବନ ବିଭାଗ ଅଧିକାରୀ ମାନେ ଏ ଘଟଣା ବିଷୟରେ ଦୁଇଦିନ ଆଗରୁ ଜାଣି ସାରିଥିଲେ ସୁଦ୍ଧା କାହିଁକି ଏ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଜଣାଇ ନଥିଲେ ତାହା ପ୍ରଶ୍ନବାଚି ସୃଷ୍ଚି କରୁଛି। ହାତୀ ଟି କୌଣସି କାରଣରୁ ଦୁଇ ଦିନ ପୁର୍ବରୁ ମରି ଯାଇଥିବା କୁହଯାଉଛି। ଆଜି ସକାଳୁ ମୃତ ହାତୀ ଟି କୁ କିଛି ସ୍ଥାନୀୟ ଲୋକେ ଦେଖିବା ପରେ କଥାଟି ପ୍ରଘଟ ହୋଇଥିବା କୁହାଯାଉଛି। ଏବେ ସ୍ଥାନୀୟ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀ ପଡ଼ିଥିବା ଏରିଆ କୁ କଡନ କରି ରଖିଛନ୍ତି ଏବେ ସେହି ସ୍ଥାନକୁ କାହାକୁ ଛାଡୁ ନଥିବା ଜଣାପଡିଛି। ଦୁଇ ହାତୀ ମଧ୍ୟରେ ଲଢେଇ ଯୋଗୁଁ ଏହି ଦନ୍ତା ତି ମୃତ୍ୟୁ ବରଣ କରିଥିବା ବନ ବିଭାଗ ଅଧିକାରୀ ମାନେ ପ୍ରକାଶ କରୁଛନ୍ତି। ହାତୀଟି ର ମୃତ ଦେହରୁ ଦୁର୍ଗନ୍ଧ ବାହାରିବାକୁ ବସିଲାଣି। ଅବଶ୍ୟ ହାତୀଟିର ଦାନ୍ତ ଯଥା ସ୍ଥାନରେ ରହିଥିବା କୁହାଯାଉଛି। ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସାରିଥିବା ବେଳେ ରାଜ୍ୟ ସ୍ତରୀୟ କେଇଜଣ ଅଧିକାରୀ ମଧ୍ୟ ଏଠାକୁ ଆସୁଥିବା ଖବରରୁ ଜଣାପଡିଛି। ହାତୀ ମୃତ୍ୟୁ ଘଟଣା ନର୍ଲା ରେ ନୂଆ ନୁହଁ। ଆଗରୁ ମଧ୍ୟ ତିନିଥର ହାତୀ ମୃତ୍ୟୁ ଘଟଣା ଘଟି ସାରିଛି। ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ଯ ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ ମାନେ ମତ ପ୍ରକାଶ କରିଛନ୍ତି।





