ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସନ୍ତୁଳନ ସ୍ଥାପନ କରିବା ଏବଂ ନିୟନ୍ତ୍ରଣ କରିବାର ଏକ ପ୍ରାଚୀନ ଭାରତୀୟ ପଦ୍ଧତି ହେଉଛି ଯୋଗ। ଏହା ମୁଖ୍ୟତଃ ଶ୍ୱାସକ୍ରିୟା, ବିଭିନ୍ନ ଆସନ ଏବଂ ଧ୍ୟାନ ମାଧ୍ୟମରେ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ସାରା ବିଶ୍ବରେ ଜୁନ ମାସ ୨୧ ତାରିଖ କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ସାରା ବିଶ୍ବରେ ୧୨ ତମ ଅନ୍ତର୍ଜାତୀୟ ଯୋଗ ପାଳନ ପାଇଁ ବିଭିନ୍ନ ଯୋଗ ସମିତି ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଯୋଗ ସମିତି ପକ୍ଷରୁ ଗୋଲାମୁଣ୍ଡା ବ୍ଲକ ଦଶପୁର ପଞ୍ଚାୟତ ଅନ୍ତର୍ଗତ ସ୍ବାମୀ ରାମ ହିମାଳୟନ୍ ଯୋଗ ଆଶ୍ରମ ଠାରେ ଆଜି ସକାଳ ୬:୦୦ ଘଣ୍ଟା ସମୟରେ ଯୋଗ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପରମ ପୂଜ୍ୟ ସ୍ଵାମୀ ସତ୍ୟସ୍ବରୂପା ନନ୍ଦ ସରସ୍ବତୀ ମହାରାଜ, ସ୍ଵାମୀ କ୍ରାନ୍ତିସ୍ବରୁପା ନନ୍ଦ ଗିରି (ଦେବ ଗିରି ଆଶ୍ରମ), ବରିଷ୍ଠ ଯୋଗ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ, ଯୋଗ ମହୋତ୍ସବ ସମିତି ଜିଲ୍ଲା ସଂଯୋଜକ ଶ୍ରୀ ବିମ୍ବାଧର ପ୍ରଧାନୀ,ସହ ସଂଯୋଜକ ଶଙ୍କର ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନ କରିଥିଲେ । ଯୋଗ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଏବଂ କୃଷ୍ଣ ଚନ୍ଦ୍ର ଦାଶ ଯୋଗ ପ୍ରଶିକ୍ଷଣ ଦେଉଥିଲେ । ଯୋଗ ମହୋତ୍ସବ ସମିତି ଗୋଲାମୁଣ୍ଡା ଖଣ୍ଡ ସଂଯୋଜକ ବଲଭଦ୍ର ଭୋଇ,ସହ ସଂଯୋଜକ ବ୍ରହ୍ମା ପ୍ରସାଦ କାଣ୍ଡ,ଜଳନ୍ଧର ନାଏକ, ମୁଖ୍ୟ ଯୋଗ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ହୃଦାନନ୍ଦ ସା, ଗଣେଶ ରାଉତ, ଗଙ୍ଗାଧର ମୁଣ୍ଡ , ଦେଶରାଜ ରାଉତ ତଥା କମିଟିର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ରେ କଲମପୁର ଓ ଜୁନାଗଡ଼ ଯୋଗ ସମିତି ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗୋଲାମୁଣ୍ଡା ବ୍ଲକ ଓ ଜୁନାଗଡ଼ ବ୍ଳକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରୀୟ ୫୦ ଜଣ ଯୋଗ ଶିକ୍ଷକ ଉପସ୍ଥିତ ରହି ପ୍ରଶିକ୍ଷଣ ରେ ଭାଗନେଇ ଯୋଗ କୁ ପ୍ରତି ଗାଁ , ବସ୍ତିରେ ପହଞ୍ଚାଇ ନିରୋଗ ସମାଜ ର ଗଠନ ପାଇଁ ସଂକଳ୍ପ ନେଇଥିଲେ ।





