ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଯାଦବ ସମିତି ସଭାପତି ଦ୍ବାରିକାନାଥ ବାଗଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ପଞ୍ଚାୟତରେ ଆଞ୍ଚଳିକ ଯୁବ ଯାଦବ ଓ ମହିଳା ଯାଦବ ସମିତିର କର୍ମକର୍ତ୍ତା ଚୟନ କରାଯାଉଛି। ଏହି କ୍ରମରେ ରବିବାର ବଡ଼ପୋଡ଼ାଗୁଡ଼ା ଓ ବରାଡଙ୍ଗା ପଞ୍ଚାୟତର ଆଞ୍ଚଳିକ ଯୁବ ଯାଦବ ଓ ମହିଳା ଯାଦବର କର୍ମକର୍ତ୍ତା ଚୟନ କରାଯାଇଛି। ବଡ଼ପୋଡ଼ାଗୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ ସଭାପତି ଘାସିରାମ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଯାଦବ ସମିତିର କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, ଆମପାଣି ଜୋନ୍ ସଭାପତି ଆନନ୍ଦ ଗୋପାଳ, କୋକସରା ଜୋନ ସଭାପତି ଜନ୍ମେଜୟ ଯାଦବ, ବ୍ଳକ ସହ ସମ୍ପାଦକ ଲଛମନ ନାୟକ, ଯୁବ ଯାଦବ ସଭାପତି ଯୋଗେନ୍ଦ୍ର ହଂସ, ଉପସଭାପତି ଦୁଷ୍ମନ୍ତ ଗହିର, ସହ ସମ୍ପାଦକ ଡିଙ୍ଗର ଗହିର, କୋଷାଧ୍ୟକ୍ଷ ମନୋଜ ରାଉତ ପ୍ରମୁଖଙ୍କ ଉପସ୍ଥିତରେ ବଡ଼ପୋଡ଼ାଗୁଡ଼ା ଆଞ୍ଚଳିକ ଯୁବ ଯାଦବ ଓ ମହିଳା ଯାଦବ ସମିତିର କର୍ମକର୍ତ୍ତା ଚୟନ କରାଯାଇଥିଲା। ଆଞ୍ଚଳିକ ଯୁବ ଯାଦବର ସଭାପତି ଭାବେ ଝଶକେତନ ହଂସ, ଉପସଭାପତି ମନୋହର ବାଗ, ସମ୍ପାଦକ ସୁଶାନ୍ତ ବାଗ, ସହ ସମ୍ପାଦକ ଛନ୍ଦାଚରଣ ରାଉତ, କୋଷାଧ୍ୟକ୍ଷ ବିଶ୍ବମ୍ବର କାଣ୍ଡ, ମହିଳା ଯାଦବ ସଭାନେତ୍ରୀ ଜନେକ ହଂସ, ଉପସଭାନେତ୍ରୀ ଲଲିତା ବାରିକ, ସମ୍ପାଦିକା ମଞ୍ଜୁଳା ବେମାଲ, ସହ ସମ୍ପାଦିକା ନିଲାନ୍ଦ୍ରୀ ବେମାଲ, କୋଷାଧ୍ୟକ୍ଷ ଲକ୍ଷ୍ମୀ ବେମାଲ ପ୍ରମୁଖ ମନୋନୀତ ହୋଇଥିଲେ। ସେହିପରି ବରାଡଙ୍ଗା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ସ୍ଥିତ ଆମ୍ବତୋଟା ଠାରେ ଯୁବ ଯାଦବ ଓ ମହିଳା ଯାଦବ କର୍ମକର୍ତ୍ତା ଚୟନ କରା ଯାଇଛିl ଆଞ୍ଚଳିକ ଯାଦବ ସମିତିର ଉପସଭାପତି ଗୋକୁଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିକ୍ରମରେ ଯୁବ ଯାଦବ ଏବଂ ମହିଳା ଯାଦବ ଗଠନ କରାଯାଇଥିଲା l ଯୁବ ଯାଦବ ସଭାପତି ଭାବେ ପରମେଶ୍ୱର ରାଉତ, ଉପ ସଭାପତି ଭୁବନେଶ୍ୱର ନାଗ, ସଂପାଦକ ଅଜିତ କାଣ୍ଡ, ସହ ସଂପାଦକ ପ୍ରସନ୍ନ ନାଗ, କୋଷାଧ୍ୟକ୍ଷ ଈଶ୍ୱର ରାଉତ ପ୍ରମୁଖ ମନୋନୀତ ହୋଇଥିବାବେଳେ ମହିଳା ସଭାନେତ୍ରୀ କୌଶଲ୍ୟା ଗହୀର, ଉପ ସଭାନେତ୍ରୀ ଭବାନୀ ନାଗ, ସମ୍ପାଦିକା ଯଶୋଦା ଭଏଁସାଲ, ସହ ସମ୍ପାଦିକା ଡାଳିମ୍ବ ଲହଜଲ, କୋଷାଧ୍ୟକ୍ଷ ଯଶୋଦା ରାଉତ ମନୋନୀତ ହୋଇଥିଲେ। ବରଡ଼ଙ୍ଗା ଆଞ୍ଚଳିକ ସମାଜର ସଂପାଦକ ପ୍ରସନ୍ନ ବାରିକ, ଲଳିତ ନାଗ, ମାନସିଂ ଭୈନସାଲ, ଶୁଶୀଳ ରାଉତ, ରୁପଧର ବାଗ, ଗୁପ୍ତେଶ୍ୱର କାଣ୍ଡ, ମୋହନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ପୋଡ଼ାଗୁଡ଼ାଠାରେ ଆଞ୍ଚଳିକ ସମ୍ପାଦକ ହେମରାଜ ବେମାଲ, ଉପସଭାପତି ଭରତ ବାଗ, ସହ ସମ୍ପାଦକ ଲାଲ ସିଂ ବାଗ, ପୂର୍ବ ସଭାପତି ଦୟାନିଧି ଭାଟି, ଝଶକେତନ ନାଏକ, ରାଜ କୁମର ବନ୍ଦିଛୋଡ, ଭୂବନେଶ୍ବର ବାରିକ, ସୁବାଷ କରୁଆଁ, ଟଙ୍କଧର ହଂସ ପ୍ରମୁଖ ଉପସ୍ଥିତ ଥିଲେ।





