ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ ପ୍ରସଙ୍ଗ; ଶୋକ ପ୍ରକାଶ କଲେ ଯୁବ ନେତା ଅବିନାଶ ଠାକୁର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏକ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ଅକାଳ ବିୟୋଗ ହୋଇଥିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାକୁ ନେଇ ବିଜେଡି ଯୁବ ଜନତା ଦଳର ବରିଷ୍ଠ ସଦସ୍ୟ ଅବିନାଶ ଠାକୁର ଗଭୀର ଶୋକ ବ୍ୟକ୍ତ କରିବା ସହ ସେ ଏହି ଘଟଣା ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ଏହା କଳାହାଣ୍ଡି ଜିଲ୍ଲା ପାଇଁ ଏକ ଅଭାବନୀୟ ଏବଂ ଅତ୍ୟନ୍ତ ଦୁଃଖଦ ଘଟଣା। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣେ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ସେ ଦିବଙ୍ଗତ ଆତ୍ମା ମାନଙ୍କ ସଦଗତି କାମନା କରିବା ସହ ଭଗବାନ ସମସ୍ତଙ୍କୁ ଏହି କଠିନ ସମୟରେ ଶକ୍ତି ଓ ସାହାସ ଦିଅନ୍ତୁ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.