ବିଜେପି-ବିଜେଡି ମଧ୍ୟରେ ଚାଲିଛି ରଙ୍ଗର ଲଢେଇ: ବିକାଶ ଏବେ ବି ଅନେକ ଦୂରରେ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ରାଜ ରାସ୍ତାରେ ଲକ୍ଷ୍ମୀ ବସର ରଙ୍ଗ ସବୁଜରୁ ରେରୁଆକୁ ପରିବର୍ତ୍ତନ ଓ “ଲକ୍ଷ୍ମୀ” ନାମରୁ “ମୁଖ୍ୟମନ୍ତ୍ରୀ ବସ ସେବା” ନାମକୁ ପରିବର୍ତ୍ତନ ନେଇ ଆଲୋଚନା ବେଶ ଯୋର ଧରିଛି। କିଛି ବସ ଗୁଡିକର ରଙ୍ଗ ପରିବର୍ତ୍ତ ହୋଇ ସାରିଥିବା ବେଳେ ଆଉ କିଛି ବସର ରଙ୍ଗ ଅଦ୍ୟାବଧି ସବୁଜ ହିଁ ରହିଛି। ଗେରୁଆ ଓ ସବୁଜ ବସ ଆଗପଛ ହୋଇ ନର୍ଲା ରାଜ ରାସ୍ତାରେ ଚାଲୁଥିବା ବେଳେ ଲୋକେ ବସର ରଙ୍ଗ ପରିବର୍ତ୍ତନକୁ ନେଇ କଟାକ୍ଷ କରୁଥିବା ଶୁଣିବାକୁ ମିଳୁଛି। ରାଜ୍ୟ ସରକାର ପରିବର୍ତ୍ତନ ହୋଇ ଦେଢ ମାସରୁ ଉର୍ଦ୍ଧ୍ୱ ହୋଇ ସାରିଥିବା ବେଳେ ରାଜ୍ୟ ଶାସନ ଗାଦିରେ ଏବେ ଡବଲ ଇଞ୍ଜିନ ବିଜେପି ସରକାର। ଲୋକଙ୍କ ଅନେକ ଆଶା ଓ ବିଶ୍ୱାସ ରହିଥିଲା ଏବଂ ଆଗରୁ ଯୋଉଭଳି ଭାବରେ ଗୁଞ୍ଜରଣ ସୃଷ୍ଟି ହେଉଥିଲା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଶାସନ କ୍ଷମତାକୁ ଆସିଲେ ଏମିତି କରିଦେବ, ସେମିତି କରିଦେବ, ଘୁଘୁ ହୋଇ ରାଜ୍ୟର ବିକାଶ ହେବ। ରାଜ୍ୟ ସରକାରଙ୍କ ଶାସନ କାଳ ଦୁଇବର୍ଷ ପୂର୍ତ୍ତି ପାଳନ ପାଇଁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ବଙ୍ଗରେ ଯେମିତି ଡବଲ ଇଞ୍ଜିନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀ ଦାଇତ୍ୱ ଗ୍ରହଣ କରିବା ଦିନଠାରୁ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ରଖିଛନ୍ତି। ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ଆସ୍ଥା କୁ ଜିଣିବାରେ ସଫଳ ହୋଇପାରିଛନ୍ତି। ତାମିଲନାଡୁରେ ସରକାର ପରିବର୍ତ୍ତନ ପରେ ଯେମିତି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ନୂଆ ସରକାର ରଖିଛନ୍ତି। ହେଲେ ଓଡିଶାରେ ନୂଆ ସରକାରଙ୍କ ଶାସନରେ ସେମିତି କିଛି ଆଖି ଦୃଶିଆ ପରିବର୍ତ୍ତନ ହୋଇପାରି ନାହିଁ ବୋଲି ଲୋକେ ଅନୁଭବ କରୁଛନ୍ତି। ଏସବୁକୁ ନେଇ ମୁଖ୍ୟ ବିରୋଧି ପୂର୍ବର ବିଜେଡି ସରକାର ଓ ବିରୋଧି କଂଗ୍ରେସ ସରକାର ଶାସକ ଦଳକୁ ବିଭିନ୍ନ ଇସୁକୁ ନେଇ ଘେରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ବିଜେଡିି ଶାସନ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକେ ମନେପକାଇବା ସହ ଝୁରି ହେଉଛନ୍ତି ପୂର୍ବତନ ସରକାରଙ୍କୁ। ରାଜ୍ୟ ନୂଆ ସରକାର କଣ କରୁ ନକରୁ ରଙ୍ଗ ପରିବର୍ତ୍ତ ଓ ନାମ ପରିବର୍ତ୍ତନ କ୍ଷେତ୍ରରେ କିନ୍ତୁ ବେଶ ଆଗୁଆ ରହିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଯେମିତି ବିଜେଡି ସରକାର ସବୁଜ ରଙ୍ଗକୁ ଗୁରୁତ୍ୱ ଦେଇ ସବୁଜ ରଙ୍ଗ ରହିତ “ଲକ୍ଷ୍ମୀ ବସ” ପ୍ରଚଳନ କଲେ। ସ୍କୁଲ କଲେଜ ବିଲ୍ଡିଂ ଗୁଡିକର ରଙ୍କକୁ ମଧ୍ୟ ସବୁଜ କରିଥିଲେ। ବର୍ତ୍ତମାନର ରାଜ୍ୟ ସରକାର “ଲକ୍ଷ୍ମୀ ବସ”ର ସବୁଜ ରଙ୍ଗକୁ ପରିବର୍ତ୍ତନ କରି “ଭଗବା ଧ୍ୱଜ”ର ରଙ୍ଗ “ଗେରୁଆ” ରଙ୍ଗରେ ରଙ୍ଗାୟୀତ କରୁଥିବା ଦୃଶ୍ୟମାନ ହେଉଛି। ଏହା ସାଙ୍ଗକୁ “ଲକ୍ଷ୍ମୀ” ନାମ ପରିବର୍ତ୍ତନ କରି “ମୁଖ୍ୟମନ୍ତ୍ରୀ ବସ ସେବା” ରଖିଥିବା ଜଣାପଡିଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ବିଭିନ୍ନ ସ୍ଥାନରେ ସରକାରୀ କାର୍ଯ୍ୟକ୍ରମ ହେଲେ ସବୁଜ ଓ ଧଳା ରଙ୍ଗ ରହିତ ଟେଣ୍ଟ ସାମାନ ଲାଗୁଥିଲା। ଏପରିକି ଲୋକଙ୍କ ବସିବା ପାଇଁ ମଧ୍ୟ ସବୁଜ ରଙ୍ଗର ପ୍ଲାଷ୍ଟିକ ଚୌକି ଉପଲବ୍ଧ ରହୁଥିଲା ମଞ୍ଚରେ। ବର୍ତ୍ତମାନର ବିଜେପି ସରକାରଙ୍କ ର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏବେ ଗେରୁଆ ଓ ଧଳା ରଙ୍ଗ ରହିତ ଟେଣ୍ଟ ସାମଗ୍ରୀ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି। ଆଗରୁ ଯେଉଁ ଟେଣ୍ଟ ମାଲିକ ମାନେ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ସବୁଜ ରଙ୍ଗର ଅନେକ ଟେଣ୍ଟ ସାମଗ୍ରୀ ଗଚ୍ଛିତ ରଖିଥିଲେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପକ୍ଷରେ ନର୍ଲାରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଶବ ବ୍ୟବଚ୍ଛେଦ ଗୃହ ନାହିଁ, ପୂର୍ବ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ରହିଥିବା ଶ୍ମଶାନ ଭୂଇଁ ସ୍ୱର୍ଗ ଦ୍ୱାରରେ ଲାଇଟର ବ୍ୟବସ୍ଥା, ବସିବା ପାଇଁ ବେଞ୍ଚର ବ୍ୟବସ୍ଥା ନାହିଁ। ରାତି ସମୟରେ ଶବ ଦାହ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମୋବାଇଲ ଟର୍ଚ୍ଚ ଲାଇଟ ସହଯୋଗରେ ହେଉଛି ଶବ ସତ୍କାର। ନର୍ଲାରେ ଚାଷୀଙ୍କ ପାଇଁ ଜଳସେଚନର ବିଶେଷ ସୁବିଧା ନାହିଁ। ରେତ ଜଳସେଚନ କେନାଲକୁ ରୁପ୍ରାରୋଡ, ବଲବସପୁର ଯାଏଁ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ସରକାର। ହେଲେ ଏଇ ସରକାରଙ୍କ ଠାରୁ ଅନେକ ଆଶା ବାନ୍ଧି ବସିଥିବା ନର୍ଲା ଜନସାଧାରଣ ଏବେବି ନିରାଶରେ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.