ନିୟମଗିରିର ଡଙ୍ଗରିଆ କନ୍ଧ ସମୁଦାୟକଙ୍କ ନିକଟରେ ପହଞ୍ଚିଲା ଗଣତନ୍ତ୍ରର ବାର୍ତ୍ତା

ପାର୍ସାଲି ପଞ୍ଚାୟତ ଫାକେରୀ ଗ୍ରାମରେ S I R–2026 ସଚେତନତା ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପାହାଡ଼, ଜଙ୍ଗଲ ଏବଂ ଭାଷାଗତ ପ୍ରତିବନ୍ଧକତାକୁ ଅତିକ୍ରମ କରି ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR–୨୦୨୬) ପ୍ରକ୍ରିୟାକୁ ନିୟମଗିରି ପାହାଡ଼ ପିଭିଟିଜି (PVTG) କନ୍ଧ ସମୁଦାୟକ ଙ୍କ ନିକଟରେ ପହଞ୍ଚାଯାଇଛି। ରାୟଗଡ଼ ଜିଲ୍ଲାର ୧୩୯–ବିଷମକଟକ ବିଧାନସଭା (st)କ୍ଷେତ୍ର ଅନ୍ତର୍ଗତ ଏହି ଗ୍ରାମରେ ମତଦାତା ସଚେତନତା ଏବଂ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରାୟଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସହକାରୀ ଜିଲ୍ଲାପାଳ ଶ୍ରୀ ଶିବ ପ୍ରସାଦ ସାହୁ କଲ୍ୟାଣସିଂହପୁର ବ୍ଲକର ବିଡିଓ ମନୀଷା ଦାଶ, ଜି ପି ଇଓ ଶ୍ରୀ ଶ୍ୱେତାମ୍ବର ପ୍ରଧାନ ଫାକେରୀ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଡଙ୍ଗରିଆ କନ୍ଧ ଭାଷାରେ ଲୋକମାନଙ୍କ ସହ ଆଲୋଚନା କରି SIR–୨୦୨୬ର ଉଦ୍ଦେଶ୍ୟ, ଗୁରୁତ୍ୱ ଏବଂ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଥିଲେ। ସେହିପରି ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଏବଂ ପୂରଣ କାର୍ଯ୍ୟକୁ ମଧ୍ୟ ସୁଗମ କରାଯାଇଥିଲା। ପ୍ରଶାସନର ଏହି ପ୍ରୟାସ ଦ୍ୱାରା ଦୁର୍ଗମ ଅଞ୍ଚଳର ଆଦିବାସୀ ସମୁଦାୟଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ସହ ଅଧିକ ସଂଯୁକ୍ତ କରାଯାଇପାରିଛି। ଲୋକଙ୍କ ନିଜସ୍ୱ ଭାଷାରେ ସଚେତନତା ସୃଷ୍ଟି କରିବା ଫଳରେ ସେମାନଙ୍କ ମଧ୍ୟରେ SIR–୨୦୨୬ ପ୍ରତି ଆଗ୍ରହ ଏବଂ ସହଭାଗିତା ବୃଦ୍ଧି ପାଇଛି। ପ୍ରତ୍ୟେକ ମତଦାତା ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ କଣ୍ଠସ୍ୱର ମୂଲ୍ୟବାନ ବୋଲି ବିଶ୍ୱାସ ରଖି ରାୟଗଡ଼ ଜିଲ୍ଲା ପ୍ରଶାସନ SIR–୨୦୨୬ ପ୍ରକ୍ରିୟାରେ ସମସ୍ତଙ୍କ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପଦକ୍ଷେପ ବୋଲି ଗ୍ରହଣ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.