ଗୋଖରାରେ ବାବୁରା ବୁଢ଼ିମାଙ୍କ ଝାମୁ ଯାତ୍ରା: ୨୧ ହାତର ଖଣ୍ଡାଧରିଲେ ୧୨ ବର୍ଷର ବାଳକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଗଧା ଯାଦବଙ୍କ କରୁଆଁ ବଂଶର ଗାଦି ଗୋଖରା ଗାଁରେ ବାବୁରା ବୁଢିମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏନେଇ ନର୍ଲା ବ୍ଳକର ଗୋଖରା ଗ୍ରାମର ବାବୁରା ବୁଢ଼ିମା ପୀଠ ଉତ୍ସବ ମୁଖର ହୋଇଉଠିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଦେବତା ଶତାଧିକ ଭକ୍ତଙ୍କ ହାରିଗୁହାରି ଶୁଣିଥିଲେ।

ବୁଧବାର ସନ୍ଧ୍ୟାରେ ବାବୁରା ବୁଢ଼ିମା ଦେବତା ଜ୍ୱଳନ୍ତ ଅଙ୍ଗାରରେ ଚାଲି ନିଜ ଶକ୍ତିର ପରିଚୟ ଦେଇଥିଲେ। ଏହି ଅବସରରେ କଲାପାର, ଗଙ୍ଗାଦି, ଡଙ୍ଗରବୁଢା, ତୁଲସା, ମାଣିକେଶ୍ଵରୀ ଆଦି ଦେବାଦେବୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଯାତ୍ରାର ବିଶେଷତ୍ବ ହେଉଛି ୧୨ ବର୍ଷର ବାଳକ ପ୍ରିତମ ଗଉଡଙ୍କ ଦେହରେ ଦେବତା ଲାଗିବା ଓ ସେ ୨୧ ହାତର ଖଣ୍ଡାଧରି ନିଆଁରେ ଚାଲିବା। ବାବୁରା ବୁଢ଼ିମା ଏକ ପ୍ରତ୍ୟକ୍ଷ ଦେବତା ଭାବେ ଏହି ଅଞ୍ଚଳରେ ପୂଜିତ ହୋଇ ଆସୁଛନ୍ତି।

ପୂର୍ବରୁ କାମଦେବ ଗଉଡଙ୍କ ଦେହରେ ଲାଗି ସେ ଭକ୍ତଜନଙ୍କ ହାରିଗୁହାରି ଶୁଣୁଥିଲେ। ତେବେ ୨୦୨୧ରେ ତାଙ୍କର ମୃତ୍ୟୁ ହେବାପରେ ପୀଠ ବନ୍ଦ ହୋଇ ପଡ଼ିଥିଲା। ବର୍ତ୍ତମାନ କାମଦେବଙ୍କ ବଡୁପୋ (ପ୍ରପୋତ୍ର) ପ୍ରତିମ ଏହି କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁଝାରୀ ଆଜାଦ ଗଉଡ, ରାହୁଲ ଗଉଡ, କରୁଣାକର ଗଉଡ ପୂଜା କାର୍ଯ୍ୟ ସଂପାଦନ କରିଥିବାବେଳେ ଟିକେମଣି ଗଉଡ, ମାଣିକ୍ୟ ଗଉଡ, ବିଜୟ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ଲିଙ୍ଗରାଜ କରୁଆଁ, ଲକ୍ଷ୍ମଣ ଗଉଡ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.