ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ବିନୋଦ ବାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ବିଦ୍ୟାଳୟ ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ବିନୋଦ ବାତ୍ରା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଶ୍ରେଷ୍ଠ ଶିକ୍ଷକ ଭାବେ ତୃତୀୟ ଥର ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ବର୍ଷ ଶ୍ରେଷ୍ଠ ୧୦ ଜଣ ମଧ୍ୟରୁ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଗତ ଶିକ୍ଷାବର୍ଷରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟର ସର୍ବଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ଗୌରବ ଅର୍ଜନ କରିଛନ୍ତି। ସେ ତୃତୀୟଥର ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ରାଜ୍ୟର ଏକମାତ୍ର ବିଦ୍ୟାଳୟ ଯେଉଁଠାରେ ଜଣେ ଶିକ୍ଷକ ନିଜ ବିଷୟରେ ରାଜ୍ୟସ୍ତରରେ ତୃତୀୟ ଥର ପାଇଁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପାଇବେ। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରୀ ବାତ୍ରା ସମ୍ମାନିତ ହେବେ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.