ବରିଷ୍ଠ ପ୍ରଧାନଶିକ୍ଷକ ସରୋଜ କୁମାର ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ପ୍ରାଥମିକ ବିଦ୍ୟାଳୟ ଶଙ୍କରମାଲ ତରଫରୁ ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନଶିକ୍ଷକ ସରୋଜ କୁମାର ବେହେରାଙ୍କୁ ଶଙ୍କରମାଲ ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଶ୍ରବଣକୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳ ଦେବ ମୁଣ୍ଡ, ନର୍ଲା ସେକ୍ସନ ଅଫିସର ଟଙ୍କଧର ସାହୁ, ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜିତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ହରି ଅର୍ଜୁନ ସିଂହ, ତ୍ରିବିକ୍ରମ ଷଡ଼ଙ୍ଗୀ, ଶ୍ରୀଧର ପ୍ରଧାନ, କୁଞ୍ଜ ବିହାରୀ ମୁଣ୍ଡ, ଖଗପତି ସାହୁ, ସୁନୀଲ ଚାନ୍ଦ, ବିରେନ ପଣ୍ଡା ତଥା ସାନଚିଚିଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମହାନ୍ତି ଓ ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ବିଶ୍ୱାଳ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଦମୟନ୍ତୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥଲେ।

ବୁରାଟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବିଦାୟୀ ଶିକ୍ଷକଙ୍କ ସହ କଟାଇଥିବା ଅନେକ କର୍ମମୟ ମୁହୂର୍ତ୍ତକୁ ମନେ ପକାଇ ସେ କିପରି ଶାନ୍ତ, ଶିଷ୍ଟ, ଭଦ୍ର, ନମ୍ର, ସ୍ୱଭାବର ତଥା ଜଣେ ସମୟାନୁବର୍ତ୍ତି, ଛାତ୍ରବତ୍ସଳ ଶିକ୍ଷକ ଭାବରେ ୩୭ ବର୍ଷର ଶିକ୍ଷକତା ଜୀବନକୁ ସ୍ମୃତି ଚାରଣ କରିଥିଲେ। ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ପର୍କରେ ପୂର୍ବତନ ସଭାପତି ସତ୍ୟ ମାଝୀ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ଉଦ୍ୟମରେ ବିଦ୍ୟାଳୟର ଯେଉଁ କାୟାକଳ୍ପ ହୋଇଛି ତାକୁ ମନେପକାଇ ତାଙ୍କ ଅବସରରେ ଗୋଟିଏ ଅପୂରଣୀୟ ଶୂନ୍ୟସ୍ଥାନ ହୋଇଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

ଏହି ଅବସରରେ ପୂର୍ବତନ ସଭାପତିବୃନ୍ଦ ବିଦ୍ୟାଧର ମାଝୀ, କେଶବ ଚନ୍ଦ୍ର ମାଝୀ, କୁଳମଣି ମାଝୀ, ଦୁର୍ଯ୍ୟୋଧନ ତାଣ୍ଡି, ସତ୍ୟ ମାଝୀ ଓ ବର୍ତ୍ତମାନର ସଭାପତି ଦେବରାଜ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜିତ୍ କୁମାର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଶଙ୍କରମାଲ ୱାର୍ଡମେମ୍ବର ଧିରା ମାଝୀଙ୍କ ମାର୍ଗଦର୍ଶନରେ ସଂକୀର୍ତ୍ତନ ସହ ଶ୍ରୀ ବେହେରାଙ୍କୁ ଗ୍ରାମପରିକ୍ରମା କରାଇ ପ୍ରତ୍ୟେକ ଘରେ ସମ୍ବର୍ଦ୍ଧନା ଜ୍ଞାପନ କରାାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.