ଶିକ୍ଷକ ଭୁବନ ବାଗଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ ଡୁମେରମୁଣ୍ଡା ସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ତାଳବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭୁବନ ବାଗଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଅଗସ୍ତି ଚରଣ ଦୀପଙ୍କ ଅଧ୍ୟକ୍ଷତା ତଥା ନିରଞ୍ଜନ ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଆରସିସି ନାରାୟଣ ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ବାଗଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ | କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ ମୁଖ୍ୟ ଅତିଥି, ଏସଏମସି ସଭାପତି ନୀଳାମ୍ବର ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ସିଆରସିସି ଉପେନ୍ଦ୍ର ବେହେରା ଉଦ୍ଦେଶ୍ୟ ଜ୍ଞାପନ ତଥା ଚନ୍ଦ୍ରଶେଖର ମିଶ୍ର ମାନପତ୍ର ପାଠ କରିଥିଲେ | କ୍ଷିରାବ୍ଧି କଠାର, ଲକ୍ଷ୍ମୀପ୍ରିୟା ନାଏକ, ଭଗବତୀ ଝାଙ୍କର, ସହଦେଵ ଦନ୍ତା, ଅନନ୍ତ ବଗର୍ତ୍ତୀ, ବୀଣା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | କରୁଣାକର ସାହୁ ଅତିଥି ପରିଚୟ ତଥା କୁମୁଦ ରଞ୍ଜନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ଗରୁଡ଼ ଭୋଇ, ହିମାଂଶୁ ନାୟକ, ପ୍ରଦୀପ ସେଠୀ, ଗିରିଜା ଶଙ୍କର ମାଝୀ, ଦୀପକ ମେହେର, ସୁଶାନ୍ତ ସାହୁ, ମନୀଶ ପଧାନ, ରବୀନ୍ଦ୍ର ରାଉତ, ଦୟାମୟ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ | ବକ୍ତାଗଣ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବାଗଙ୍କ କର୍ମମୟ ଜୀବନର ସ୍ମୃତିଚାରଣ ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.