‘ଘୁମୁରା ଗୀତରେ ଜନ ଜୀବନର ଚିତ୍ର’ ଶୀର୍ଷକ ଆଲୋଚନା ଚକ୍ର ଓ ‘ସତ୍ୟ ନାଏକ ଗ୍ରନ୍ଥାବଳୀ’ ଲୋକାର୍ପଣ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ‘ଘୁମୁରା ଗୀତରେ ଜନ ଜୀବନର ଚିତ୍ର’ ଶୀର୍ଷକ ଆଲୋଚନା ଚକ୍ର ଓ ‘ସତ୍ୟ ନାଏକ ଗ୍ରନ୍ଥାବଳୀ’ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ଵିଭାଗ ଦ୍ୱାରା ଏହି ସମାରୋହ ଆୟୋଜିତ ହୋଇଥିଲା। ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦର ସଭାପତି ତଥା ଡିଏଭି କଲେଜ, ଟିଟିଲାଗଡ଼ର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବିଶିଷ୍ଟ ଶିକ୍ଷାବିତ ଓ ସୁ- ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, ସୁ- ସାହିତ୍ୟିକ ନୀଳ ଲୋହିତ ସିଂହଦେବ, ମହାବିଦ୍ୟାଳୟର ଅଧକ୍ଷ ଏସ୍ ଜଗନ୍ନାଥ ରାଓ, ଲୋକକବି ସତ୍ୟ ନାଏକ ଏବଂ ମୁଖ୍ୟ ଆଲୋଚକ ଭାବେ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ,ଭବାନୀପାଟଣାର ଓଡ଼ିଆ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗ ଦେଇ ‘କଳାହାଣ୍ଡି ଜନ ଜୀବନରେ ଘୁମୁରା ଗୀତ ଓ ନୃତ୍ୟ’ର ବିଶେଷ ପ୍ରାସଙ୍ଗିକତା ରହିଛି ବୋଲି ଅଭିହିତ କରିଥିଲେ। ଏହି ସମାରୋହରେ ବିଶିଷ୍ଟ ଲୋକ କବି ସତ୍ୟ ନାଏକଙ୍କ ରଚିତ ଓ ଅଧ୍ୟାପକ ଗଣପତି ବାଗଙ୍କ ସମ୍ପାଦିତ ପୁସ୍ତକ ‘ସତ୍ୟ ନାଏକ ଗ୍ରନ୍ଥାବଳୀ – ପ୍ରଥମ ଭାଗ: ଘୁମୁରା ଗୀତ’ର ଲୋକାର୍ପଣ ହୋଇଥିଲା। ଗଣପତି ବାଗ ସ୍ୱାଗତ ଅଭିଭାଷଣ ପ୍ରଦାନ, ସଂଜୀବ କୁମାର ମୁଣ୍ଡ୍ ଧନ୍ୟବାଦ ଅର୍ପଣ ଓ ମୋହନ ଚରଣ ବିଷି ମଞ୍ଚ ପରିଚାଳନା କରିଥିଲେ। ନମିତା, ଚମ୍ପା, ତେଜସ୍ଵିନୀ, ସନ୍ତୋସିନୀ ,ଭୀଷ୍ମତି ପ୍ରମୁଖ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ନିମାଇଁ ଚରଣ ପାତ୍ର, ସରୋଜ କୁମାର ପଣ୍ଡା, ସରୋଜ ଯୋଶୀ, ମାଧବ ଲହଜଲ୍, ଅଧ୍ୟାପିକା ମନୀଷା ସାହୁ, ସୁଚରିତା ଜେନା, ଅଞ୍ଜଳି ମାଝୀ, ବିଥିକା ମଞ୍ଜରୀ ଠାକୁର, ଅଭୟ ବାଗ, ରାଜେଶ ସାହୁ, କାର୍ତ୍ତିକ ସାହୁ, ଲିପୁଚନ୍ଦ୍ର ସାହୁ, ଧୀରଜ ନାଏକ, ସଦୟ ପଧାନ, ଦୀନବନ୍ଧୁ ବାଗ, ଦୁର୍ଯ୍ୟୋଧନ ଲହଜଲ୍, ରଜନୀକାନ୍ତ ନାଏକ, ଖୋବେନ୍ଦ୍ର ପୂଜାରୀ, ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦର କର୍ମକର୍ତ୍ତା ତଥା ଆରତୀ, ଜ୍ୟୋତ୍ସ୍ନା, ଅମ୍ବିକା, ସୁନୀତା, ପ୍ରବୀଣ, ଚୂଡ଼ାମଣି, ଦୀପକ, ତପନ ଶ୍ରାବଣୀ, ଜସ୍ମିତା, ସଂଘମିତ୍ରା, ମୁଙ୍କିତା, ମଧୁମିତା, ହରିପ୍ରିୟା, ସାଇମନ, ଶୁଭମ୍, ସୁମନ୍ତ, କଳିଙ୍ଗ, ତପସ୍ଵିନୀ ପ୍ରମୁଖ ଛାତ୍ର- ଛାତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.