ସରିଆଁ ୟୁପି ସ୍କୁଲରେ ଗୁରୁ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ସରକାରୀ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ତତ୍ୱାବଧାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସରେ ଅଞ୍ଚଳର ଜଣାଶୁଣା ସରିଆଁ ଗ୍ରାମର ତଥା ସାନଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ ,ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଗୁରୁ ଶିଷ୍ୟଙ୍କ ସମ୍ପର୍କ ଓ ଗୁରୁ ଙ୍କ ମହିମା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଟଙ୍କଧର ଛତ୍ରିଆ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ଡକ୍ତର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଫଟୋ ଚିତ୍ରରେ ପୂଜାର୍ଚନା ମୁଖ୍ୟ ଅତିଥି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା କରାଯାଇ ପରେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଫୁଲ ଚନ୍ଦନ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା ସଂଗୀତ ଟିଏ ସାମୁହିକ ଭାବରେ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ସଭାରେ ଡକ୍ତର ସର୍ବପଲ୍ଲୀ ରାଧାକଷ୍ଣ ଙ୍କ ଜୀବନ କାହାଣୀ ବର୍ଣ୍ଣନା କରିବା ସହିତ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଶିଷ୍ୟ ଙ୍କ ନିବିଡ ସମ୍ପର୍କ ଓ ଜୀବନ ଗଢିବାରେ ଜଣେ ଉତ୍ତମ ଛାତ୍ରର ଲକ୍ଷଣ କି ପ୍ରକାର ହେବା ଉଚିତ ସେ ଉପରେ ଅଭିଭାଷଣ ରଖିଥିଲେ। ପରେ ପରେ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ସୁନ୍ଦର ବକ୍ତବ୍ୟ ମାନ ରଖି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁଭକ୍ତି ଓ ସମ୍ମାନର କାର୍ଯ୍ୟକ୍ରମ “ଗୁରୁପୂଜନ” ଆୟୋଜନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଗୁରୁ ପୂଜନ ପରେ ପ୍ରିୟ ଗୁରୁ ମାନଙ୍କୁ ଶ୍ରଦ୍ଧାର ସହ ଉପହାର ମାନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ବଳଭଦ୍ର ହରିଜନ, କିଶୋର ଚନ୍ଦ୍ର ତ୍ରିପାଠୀ, ବାସୁଦେବ ବାଗ, ବାବୁ ପାଢ଼ୀ, ମଞ୍ଜୁଲତା ମୁର୍ମୁ, ସୁଧୀର କୁମାର ରାଉତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.