ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀ ଅବସରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରର ବିଭିନ୍ନ ଅନୁଷ୍ଠାନ ଏବଂ ସ୍କୁଲରେ ଗୁରୁ ଦିବସ ପାଳନ କରାଯାଇଥିଲା । ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଆୟୋଜନ କରାଯାଇଥିଲା | ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ଙ୍କ ସହ ଶିକ୍ଷକ ସୋମନାଥ ଖଣ୍ଡରିଆ,ଶିବରାମ କ୍ଷୀରସାନୀ, ଜୋଶ୍ନା ସେଠି,ସଞ୍ଜୟ କାଡ୍ରାକା,ସୁନୀଲ ପୃଷ୍ଟି,ମାନସ ସାହୁ,ରମାଞ୍ଚଳ ମାଝି,ପୁରୁଷୋତ୍ତମ କନ୍ଧପାଣି,ସ୍ୱାଧୀନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ |ପ୍ରଧାନ ଶିକ୍ଷୟତ୍ରୀ କହିଥିଲେ ଯେ ସେ ଶିକ୍ଷକତା ବୃତ୍ତିକୁ ବହୁତ ଭଲ ପାଆନ୍ତି ସେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଖୁସି ବ୍ୟକ୍ତ କରନ୍ତି କିନ୍ତୁ ଅନେକ ଛାତ୍ର ଦୁର୍ଗମ ଅଞ୍ଚଳରେ ପାଠ ଛାଡ଼ୁଛନ୍ତି | ତେଣୁ ସେହି ଛାତ୍ର ମାନଙ୍କୁ ଫେରାଇ ଆଣି ଶ୍ରେଷ୍ଠ ଛାତ୍ର ଭାବେ ଗଢି ତୋଳିବା ଉଚିତ ସେ ନିଜ ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ |





