ଆରିୟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାମନାଗୁଡା ଠାରେ ଗୁରୁଦିବସ;  ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ

ଓଡ଼ିଆ ବାର୍ତ୍ତା/ ରାମନଗୁଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ ସ୍ଥିତ ଆରିୟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫ୍ରେସର ଡେ ଏବଂ ପବିତ୍ର ଗୁରୁଦିବସ ଏକା ସାଙ୍ଗରେ ପାଳିତ ହୋଇଛି । ପ୍ରଥମେ ଗୁରୁଦିବସ ମହାସମାରୋହରେ ପାଳନ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କୁ ଫୁଲ ଚନ୍ଦନ ଓ ପଦ ବନ୍ଦନା କରି ସମ୍ମାନ ସହିତ ସ୍ଵାଗତ କରିଥିଲେ ଏବଂ ଉପହାର ମାନ ପ୍ରଦାନ କରିଥିଲେ । ପ୍ରଧାନ ଅଧ୍ୟକ୍ଷ ଅକୃର ବେନିଆ ଏବଂ ଅଧ୍ୟକ୍ଷ ଅଧ୍ୟାପିକା ମଧ୍ୟ ଏହି ଅବସରରେ ଭାଷଣ ଦେଇଥିଲେ ତତ୍ ସହିତ ଛାତ୍ର ଛାତ୍ରୀ ମାନେ ମଧ୍ୟ ଭାଷଣ ଦେଇଥିଲେ ।  +୨ ପ୍ରଥମ ବର୍ଷର ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ସ୍ଵାଗତ ଜଣାଇଥିଲେ । ନୂତନ ବର୍ଷର ପିଲାମାନେ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ । ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ମନୋରଞ୍ଜନ ପାଇଁ ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁନ୍ଦର ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.