ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗ୍ରାମ ପଞ୍ଚାୟତର ଜୁର୍କାଭଟା ୧୭ ନମ୍ବର ୱାର୍ଡରେ ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ ପାଣି ଜମା ହୋଇଯାଉଛି। ନେତା ଚୁପ, ପ୍ରଶାସନ ଚୁପ। ଗତ ଦୁଇବର୍ଷ ହେଲା ବର୍ଷା ଆରମ୍ଭ ହେଲେ ଗାଁ ଦାଣ୍ଡରେ ପାଣି ଜମା ହୋଇ ପାର୍ଶ୍ୱରୁ ମାଟି ବୋହି ଆସି ଏହା ପଙ୍କିଳ ରାସ୍ତା ସାଜିଛି। ସାହିବାସୀଙ୍କ ଦୁଆର ମୁହଁରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ନର୍ଲା ବ୍ଲକ୍ ଅଫିସରୁ ମାତ୍ର ୩ କି.ମି. ଦୁରରେ ରହିଥିବା ଜୁର୍କାଭଟା ଗାଁକୁ କାହିଁକି ପ୍ରଶାସନ ପହଞ୍ଚି ପାରୁନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଆଗରୁ ଜୁର୍କାଭଟା ଗାଁ ରାସ୍ତାର ଏମିତି ପରିସ୍ଥିତି ହେଉନଥିଲା। ଗତ ଦୁଇ ବର୍ଷ ହେଲା ଅଳ୍ପ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି କୃତ୍ରିମ ପୋଖରୀ ପାଲଟୁଛି। ଡ୍ରେନେଜ ର ସୁବିଧା ନାହିଁ। ତେଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଓ୍ବାର୍ଡବାସୀ ଦାବି କରିଛନ୍ତି।





