ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଅମଲା ଭବନ ଠାରେ ମାଁ ମାଣିକେଶ୍ଵରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଦିବଂଗତ ସଦସ୍ୟ ବିଷ୍ଣୁ ସୁନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଲଳିତ ନିଆଲଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ନାୟକ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ସହଦେବ ତାଣ୍ଡି ସହଯୋଗ କରିଥିଲେ।ବ୍ଲକ ସଭାପତି ଲଷ୍ମୀଧର ତାଣ୍ଡିଙ୍କ ସମେତ ପର୍ଶୁରାମ ବଗର୍ତ୍ତି, ଗିରି ଦୁର୍ଗା, ବେଳର ଜାନୀ, ତ୍ରିଲୋଚନ ସାହୁ, ମାଧବ ରାଉତ, ଶଙ୍କର ପ୍ରଧାନ, ବଳରାମ ବେହେରା, ରାମା ରାଓ, ରାଜନ ସାହୁ, କୈଳାସ ବେମାଲ, ଅଶୋକ ଦାସ, ଶଙ୍କର ଗଉଡ଼, ଗଜେନ୍ଦ୍ର ତାଣ୍ଡି, ଗୋବିନ୍ଦ ମାଝୀ, ଜିଲ୍ଲା କାର୍ଯ୍ୟକର୍ତ୍ତା, ସଦସ୍ୟବୃନ୍ଦ ଓ ଠିକାଦାରମାନେ ଉପସ୍ଥିତ ରହି ସ୍ବର୍ଗତ ବିଷ୍ଣୁ ସୁନାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ଉପଦେଷ୍ଟା ସାମ୍ବାଦିକ ହେମନ୍ତ କୁମାର ରାୟ ସଭା ପରିଚାଳନା କରିଥିବେଳେ ଶେଷରେ ବେଣୁଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ।





