ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ାରେ ୧୧ତମ ଗଜଲକ୍ଷ୍ମୀ ପୂଜା ପାରମ୍ପରିକ ରୀତିନୀତି ଅନୁସାରେ ବୁଧବାର ସମ୍ପନ୍ନ ହୋଇଯାଇଛି| ଚାରି ଦିନ ଧରି ଅନୁଷ୍ଠିତ ପୂଜା ଯୋଗୁଁ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା|ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜାରେ ସାମିଲ ହୋଇଥିଲେ| ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ଆୟୋଜକ କମିଟି ତରଫରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା|ଅକ୍ଷୟ ରଣା, ଆକାଶୀ ରଣା କର୍ତ୍ତା ରହିଥିବା ବେଳେ ଗୌର ସୁଆର, କପିଳେନ୍ଦ୍ର ତ୍ରିପାଠୀ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ| ପପୁନ ପଣ୍ଡା ବ୍ୟାସ ରହିଥିଲେ| ରାତ୍ରରେ ଦଣ୍ଡନୃତ୍ୟ, ସଂକୀର୍ତ୍ତନ ଧାରା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା| ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ|





