ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିରିପାଇ ଗ୍ରାମପଞ୍ଚାୟତ ଲେଲିଗୁମା ଗ୍ରାମର ପାଇକ ମାଝୀ ଆନ୍ଦ୍ରପ୍ରଦେଶ ଦାଦନ ଖଟି ପରିବାର ପୋଷଣ ନିମନ୍ତେ ଯାଇଥିଲେ | କେମିକାଲ କମ୍ପାନୀରେ ସବୁ ଦିନ ଭଳି ଗତକାଲି ମଧ୍ୟ କାମ କରିବାକୁ ଯାଇଥିଲେ | ତେବେ ଗତକାଲି ସନ୍ଧ୍ୟାରେ କାମ କରୁଥିବା ସମୟରେ ହଟାତ କେମିକାଲ ପଡ଼ିବାରୁ ତାଙ୍କର ମୃତ ବରଣ ହୋଇଥିଲା ଆଜି ସକାଳ ୪ଘଣ୍ଟା ସମୟ ରେ ତାଙ୍କର ମୃତ ଶରୀର ଆମ୍ବୁଲାନ୍ସ ଯୋଗେ ଲେଲିଗୁମା ଗ୍ରାମକୁ ଅଣାଯାଇଛି | ହେଲେ ଦୁଃଖର ବିଷୟକି କାଶୀପୁରବ୍ଲକ ରେ ଦୁଇ ଦୁଇ ଟି ବହୁ ରାଷ୍ଟ୍ରୀୟ କମ୍ପାନୀ ଥାଇ ମଧ୍ୟ କାମ ମିଳୁ ନ ଥିବାରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ ଶରୀର ହୋଇ ଫେରୁଛନ୍ତି ଗୋଟିଏ ନୁହଁ କି ଦୁଇ ଟି ନୁହେଁ କାଶୀପୁର ଅଞ୍ଚଳ ରେ ଏମିତିକା ବହୁତ ଘଟିଲାଣି ଏଥିପାଇଁ ଦାଈ କିଏ ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ ବୋଲି ଚର୍ଚ୍ଚା ଯୋର ଧରିଛି |





