ନିଖୋଜ ଯୁବକ ରବୀନ୍ଦ୍ର ନିଆଳଙ୍କ ସନ୍ଧାନ ମିଳୁନି, ଚିନ୍ତାରେ ପରିବାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ଗ୍ରାମପଞ୍ଚାୟତର ବ୍ରାହ୍ମଣୀଗୁଡ଼ା ଗ୍ରାମର ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ପରିବାରବର୍ଗ ଚିନ୍ତାରେ ରହିଛନ୍ତି। ନିଖୋଜ ଯୁବକ ଜଣକ ହେଉଛନ୍ତି ରବୀନ୍ଦ୍ର ନିଆଳ। ଗତ ୨୭ ତାରିଖରୁ ତାଙ୍କର କୌଣସି ପତ୍ତା ମିଳୁନଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ମିଳିଥିବା ସୂଚନାନୁସାରେ, ରବୀନ୍ଦ୍ର ନିଖୋଜ ହେବା ପରେ ପରିବାର ସଦସ୍ୟ ଓ ଆତ୍ମୀୟସ୍ୱଜନ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପଡ଼ୋଶୀ ଗ୍ରାମ ସମେତ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।ପୁଅର କୌଣସି ଖୋଜଖବର ନମିଳିବାରୁ ବାପା ଜୟଧର ନିଆଳ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ପରିବାରବର୍ଗ ସହଯୋଗ ଲୋଡ଼ିଛନ୍ତି। ରବୀନ୍ଦ୍ରଙ୍କ ସମ୍ପର୍କରେ କୌଣସି ବ୍ୟକ୍ତି ସୂଚନା ପାଇଥିଲେ ନିମ୍ନଲିଖିତ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଯୋଗାଯୋଗ ନମ୍ବର:- ୭୮୪୭୮୬୨୫୫୮,  ୭୯୭୪୩୪୭୧୦୭। ନିଖୋଜ ଯୁବକଙ୍କ ସନ୍ଧାନରେ ଜନସାଧାରଣ ସହଯୋଗ କରିବା ସହ ଏହି ଖବରକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି। ଏବେ ପରିବାରବର୍ଗ ରବୀନ୍ଦ୍ରଙ୍କ ସୁରକ୍ଷିତ ଫେରିବା ଆଶାରେ ଅପେକ୍ଷା କରି ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.