ରେଣ୍ଡୋ ମାଝି ସହିଦ ଦିବସ : କଳାହାଣ୍ଡି ମାଟିର ବୀର ସନ୍ତାନଙ୍କୁ କୋଟି କୋଟି ପ୍ରଣାମ

କଳାହାଣ୍ଡି ର ବରପୁତ୍ର ସହିଦ ରେଣ୍ଡୋ ମାଝୀ ଙ୍କ ବୀରତ୍ୱ ର ଗାଥା କୁ ମନେ ପକାଇ ଆଜି  ମାନବାଧିକାର ଦିବସ ଅବସରରେ ଉର୍ଲାଦାନୀ ଠାରେ ରେଣ୍ଡୋମାଝି ସହିଦ ଦିବସ ପାଳନ କରାଯାଉଛି । ଇଂରେଜ ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ମେଳି ଆରମ୍ଭ କରିଥିବା ଏହି ବୀର ସଂଗ୍ରାମୀ ନେତାଙ୍କୁ ୧୮୫୫ ମସିହା ଡ଼ିସେମ୍ବର ୧୦ ତାରିଖରେ  ଫାସୀ ଦଣ୍ଡରେ ଦଣ୍ଡିତ କରିଥିଲେ ଇଁଂରେଜ ସରକାର । ୧୮୫୭ ମସିହାରର ସିପାହୀ ବିଦ୍ରୋହ କୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହୁଥିବାବେଳେ ତା’ର ବହୁପୂର୍ବରୁ ଅର୍ଥାତ ୧୮୫୩ରୁ ହିଁ ସେ ଲୋକଙ୍କ ହକ ଓ ମାଟି ମାଁ ପାଇଁ ଇଂରେଜ ମାନଙ୍କ ସହ ଲଢେଇ କରିଥିଲେ ଓ ସହିଦ ହୋଇଥିଲେ । କିନ୍ତୁ ପରିତାପର ବିଷୟ ଇତିହାସରେ ଏପର୍ଯ୍ୟନ୍ତ ତାଙ୍କୁ ସହିଦ  ମାନ୍ୟତା ମିଳିପାରିନାହିଁ ! ଏହା ଏକ ବିଡମ୍ବଡା ବୋଲି କୁହାଯାଇପାରେ , ତେଣୁ ରେଣ୍ଡୋ ମାଝୀ ସହିଦ ବିବସରେ ଏହି ମାଟିର ସନ୍ତାନ ମାନଙ୍କୁୁ ଆହ୍ବାନ କଳାହାଣ୍ଡିର ଏହି ବୀର ପୁତ୍ରଙ୍କ ଗାଥାକୁ ଜାତୀୟ ସ୍ଥରରେ ପହଞ୍ଚାଇ ତାଙ୍କୁ ସହିଦର ମାନ୍ୟତା ଦେବାକୁ ଦାବୀ ଜଣାଇବା । ଆଜି ରେଣ୍ଡୋମାଝୀ ସହିଦ ଦିବସ ଅବସରରେ ଏହି ବୀର ସହିଦଙ୍କୁ ‘ଓଡିଆ ବାର୍ତ୍ତା’ (odiabarta.in) ପରିବାର  କୋଟି କୋଟି ପ୍ରଣତି ଜଣାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.