କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଭାଇ ଜିଉନ୍ତିଆ ଓଷା ପାଳିତ

କର୍ଲାମୁଣ୍ଡା,୬/୧୦ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ସନ୍ଧ୍ୟାରେ ଭାଇ ଜିଉନ୍ତିଆ ଓଷା ପାଳିତ ହୋଇ ଯାଇଛି । ବ୍ଲକର ଟକାରୁମାଲ (ଶାନ୍ତିନଗର ପଡା), ସରଗୁଲ ମାଲପଡା, ରିଞ୍ଜା, ଯୋରାଡବରା, କୁଶୁର୍ଲା, କର୍ଲାମୁଣ୍ଡା, ରିଷିଡା, ବଡ ଡୁଙ୍ଗରିଗୁଡା, ଅବୁଜବାହାଲ ଆଦି ବିଭିନ୍ନ ଗ୍ରାମରେ ଅଶ୍ବିନ ସପ୍ତମୀ ତିଥି (ଶନିବାର) ସନ୍ଧ୍ୟାରେ ଦୂର୍ଗା ମାତାଙ୍କୁ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେ ଆଠ ଦୁବ, ନଡିଆ, ଅରୁଆ ଚାଉଳ, ଅଁଳା ଡାଳ, ଆଖୁ ବେଲପତ୍ର ଆଦି ସହ ପୂଜା କରି  ଭାଇର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳ ମନାସି ନିଷ୍ଠା ଓ କାଷ୍ଠା ସହ ଭାଇ ଜୀଇଁନ୍ତିଆ ବ୍ରତ ପାଳନ କରିଥିଲେ ଭଉଣୀମାନେ । ଆଜି ଭାଇ ମାନଙ୍କୁ ବ୍ରତ ପିନ୍ଧାଇବେ ଭଉଣୀ । ଏହାସହ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ ପୂଜା ହେବ ।

କର୍ଲାମୁଣ୍ଡାରୁ ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.