ସିନ୍ଧିଭାଡି ଗାଁରେ କିଡନୀ ରୋଗ ଆତଙ୍କ : ୧୫ ମୃତ, ୨୦+ ଆକ୍ରାନ୍ତ

ବଙ୍ଗୋମୁଣ୍ଡା,୧୩/୧୦(ହୁଲେଶ୍ୱର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଂଚାୟତ ସିନ୍ଧିଭାଡି ଗାଁ ରେ ଏବେ କିଡନୀ ରୋଗ ଆତଙ୍କ ଦେଖା ଦେଇଥିବାରୁ ଗ୍ରାମ ରେ ଆତଙ୍କ ର ବାତାବରଣ ହେଉଥିବା ଦେଖିବାକୁ ମିଲୁଛି  । ୩ ବର୍ଷ ମଧ୍ୟରେ ଗ୍ରାମ ର ୧୫ ଜଣ ଗରିବ ଲୋକ ମାନଙ୍କ ଜୀବନ ଯାଇଥିବା ବେଲେ ଏବେବି ଗ୍ରାମ ରେ ୨୦ ରୁ ଅଧିକ ରୋଗୀ ମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏହି ଗାଁ ନୂଆପଡା ଜିଲ୍ଲା ସୀମାନ୍ତ ସହ ବ୍ଲକ ର ଉପାନ୍ତ ଇଲାକା ରେ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ର ନଜର ପଡୁନଥିବାରୁ ଗ୍ରାମବାସୀ ମାନେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । କିଡନୀ ରୋଗ ରେ ମୃତକ ମାନେ ହେଲେ ଗ୍ରାମ ର କଳ ଗହିର(୫୦),ବେଦମତୀ ପୁଞ୍ଜି(୩୫),ସାଗର ବାଗ(୫୫),ଜୟକର ତାଣ୍ଡି(୫୦),ହେମସାଗର ବେହେରା(୩୫),ବାଳକିଶାନ ବେହେରା(୪୫),ନିଳାମ୍ବର ତେଜୀ(୪୦),ଘଟ ବେହେରା(୫୫),ଲେମ୍ବୁବତୀ ବେହେରା(୪୦),ପ୍ରହଲ୍ଲାଦ ତାଣ୍ଡି(୫୫),ସୁମିତ୍ରା  ବେହେରା (୪୫),ଜନନୀ ପୁଞ୍ଜି(୩୫),ଯୁଜେଷ୍ଠି ତାଣ୍ଡି(୪୫),ଉପେନ୍ଦ୍ର ପ୍ରସାଦ ପୁଞ୍ଜି(୫୦),ଦଶମତୀ ଝାଙ୍କର(୩୫) ଏହି ରୋଗୀ ମାନେ ଗତ ୩୪ ବର୍ଷ ମଧ୍ୟ ରେ ମୃତ୍ୟୁ ବରଣ କରିଥିଲେ । ଆକ୍ରାନ୍ତ ମାନେ ହେଲେ ବେଣୁଧର ତାଣ୍ଡି(୫୦),କୈକେୟୀ ବାଗ(୩୫),ଡମବୁଢା ପୁଞ୍ଜି(୫୫),ଭକ୍ତ ବେହେରା(୪୦),ଶଶିରାମ ପୁଞ୍ଜି(୨୮),ସୁମିତ୍ରା ବେହେରା(୫୮),ମଦନାବତୀ ବେହେରା(୫୦),ସତ୍ୟବତୀ ବେହେରା(୫୦),ନଟ ବେହେରା(୫୨),ଦେବରାଜ ବେହେରା(୪୫),ସଞ୍ଜୟ ବେହେରା(୩୦),ଉଜଲ ବାଗ(୫୦),ତାରିଣୀ ବେହେରା(୫୦),ଲାଲୁ ବେହେରା(୪୫),ସୁଶାନ୍ତ ନାଏକ(୨୯),ଘନ ବେହେରା(୪୦),ପଦୁଳତା ତେଜୀ(୫୫),ବୁଦ୍ଧଦେବ ବେହେରା(୩୫),ଘରମଣୀ ପୁଞ୍ଜି(୪୫),ନିରାଶ ତେଜୀ(୪୦) ପ୍ରମୁଖ କୀଡନୀ ରୋଗ ରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରୋଗୀ ମାନେ ପ୍ରଥମେ ଖଡିଆଳ, କଣ୍ଟାବାଞ୍ଜି,ଟିଟିଲାଗଡ, ବଲାଙ୍ଗିର, ବୁର୍ଲା, କଟକ, ବିଶାଖାପାଟଣା, ବିଷମକଟକ ଭଲି ବଡ ବଡ ଡାକ୍ତରଖାନା ରେ ଚିକିତ୍ସିତ ହେଲା ପରେ ତାଙ୍କୁ କୀଡନୀ ରୋଗ ରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ରୋଗୀ ମାନେ ଗରିବ ପରିବାର ହୋଇଥିବା ବେଳେ ଚିକିତ୍ସା ପାଇଁ ପଇସା ନଥିବାବେଲେ ଉପଯୁକ୍ତ ଚିକିତ୍ସା ହେବାରୁ ବଂଚିତ ହେଉଥିବା ଜଣାପଡିଛି । ଏହି ସମସ୍ୟା ପାଣି ପାଇଁ ହେଉଥିବା ଗ୍ରାମବାସୀ ମାନେ ସନ୍ଦେହ କରିଛନ୍ତି । ଗ୍ରାମ ରେ ୧୨ ରୁ ଅଧିକ ନଲକୂପ ଥିବା ବେଲେ ବହୁ ନଳ କୂପ ଗୁଡିକ ରେ ଫ୍ଲୋରାଇଡ ମିଶା ପାଣି ବାହାରୁଥିବାରୁ ପିଇବାକୁ ଅନୁପଯୋଗୀ ହୋଇପଡିଛି । ଅର୍ଜୁନୀ ନଦୀ ଠାରୁ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ରୁ ନିର୍ମାଣ ହୋଇଥିବା ବେଳେ କୌଣସି କାରଣ ରୁ ଆଜି ପର୍ଯ୍ୟନ୍ତ ପାଣି ଯୋଗାଇ ଦେଇନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ରେ ସ୍ୱାସ୍ଥ୍ୟ ବିଭାଗ ର ନଜର ପଡିନଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କେଉଁ କାରଣ ରୁ ଏହି କିଡନୀ ରୋଗ  ଗ୍ରାମ ରେ ବ୍ୟାପୁଛି ତାହା ପ୍ରଶାସନ ଜଣାଇନଥିବାରୁ ଗାଁ ରେ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହେଉଛି । ଏ ସଂପର୍କ ରେ ବଲାଙ୍ଗିର ଇନଚାର୍ଜ ସିଡିଏମ୍ଓ ଦୈତାରୀ ସାହୁ ଙ୍କୁ ଯୋଗା ଯୋଗ କରିବାରୁ,ଚିକିତ୍ସା ପାଇଁ ଏକ ଟିମ୍ ପଠାଯିବ ଓ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମ ର ଲମ୍ବୋଦର ବେହେରା,ବଲଧା ପଂଚାୟତ ସରପଂଚ ଲୋକନାଥ ପ୍ରଧାନୀ,ବିନୋଦ ତେଜୀ,ଚୈତନ ପୁଞ୍ଜି,ଅନ୍ତରାମ ପୁଞ୍ଜି,ସୁଧିର ପୁଞ୍ଜି,ରଘୁନାଥ ପୁଞ୍ଜି,ସଦାନନ୍ଦ ତାଣ୍ଡି ଙ୍କ ସମେତ ଗ୍ରାମବାସୀ ମାନେ ସାଧାରଣ ରେ ଦାବି କରିଛନ୍ତି ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.