ସ୍କୁଲ ଗେଟରେ ତାଲା ପକେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନ

Omkar Vasthu
Omkar Vasthu

କୋକସରା,୧୦/୧୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଆଜି ସକାଳୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ଲାଇ ସ୍କୁଲ ଗେଟରେ ତାଲା ଦେବା ସହ ସ୍କୁଲ ଆଗରେ ଧାରଣା ରେ ବସି ରହିଛନ୍ତି। ପ୍ରାୟ ଏକ ବର୍ଷ ହେବ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ପ୍ରଧାନ ଶିକ୍ଷକ ପଦବୀ ସହ ବିଜ୍ଞାନ ଶିକ୍ଷକ ପଦ ଖାଲି ରହିଛି, ଏଣୁ ସ୍କୁଲ ପାଠପଢ଼ାରେ ବ୍ୟାଘାତ ହେଉଥିବା ସହ ଆଗକୁ ମାଟ୍ରିକ ପରୀକ୍ଷା ରହିଥିବା ବେଳେ ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଆନ୍ଦୋଳନରେ ବସିଛନ୍ତି । ସୂଚନାନୁସାରେ ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀ ରେ ୧୩୧ ଓ ନବମ ଶ୍ରେଣୀରେ ୧୧୧ ଛାତ୍ରଛାତ୍ରୀ ଅଛନ୍ତି ହେଲେ ଶିକ୍ଷକ ଅଭାବରୁ ପାଠ ପଢ଼ା ସୁମ୍ପୂର୍ଣ ବାଧା ପ୍ରାପ୍ତ ହେଉଛି । ଏଠାରେ ଜଣେ କ୍ଲାସିକାଲ ଟିଚରଙ୍କୁ ମଧ୍ୟ ଡେପୁଟେସନରେ ଭବାନୀପାଟଣା ନିଆ ଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ସ୍ଥଳରେ କୌଣସି ଅଧିକାରୀ ପହଂଚି ନାହାନ୍ତି ।

Pearl dental clinic
Near Ashish Medical Store, Bhawanipatna
କୋକସରା ରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.