‘ରଚନା’ ପକ୍ଷରୁ ଆଲୋଚନାଚକ୍ର ଆୟୋଜିତ

ବଲାଙ୍ଗୀର,୧୮/୧୨: ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ‘ରଚନା’ ତରଫରୁ ଆୟୋଜିତ ଆଲୋଚନାଚକ୍ର ‘ଆଧୁନିକତା ପରିପ୍ରେକ୍ଷୀରେ ଆମ ଲୋକଗୀତ ଓ ପାରମ୍ପରିକ ସଙ୍ଗୀତ’ ଆୟୋଜିତ ହୋଇଯାଇଛି। ଏ ପ୍ରସଙ୍ଗରେ ବକ୍ତବ୍ଯ ଅତିଥି ବକ୍ତା ଦୁଃଖିଶ୍ଯାମ ତ୍ରିପାଠୀ ଓ ଘାସିରାମ ମିଶ୍ର ନିଜସ୍ଵ ବକ୍ତବ୍ଯ ଦେଇଥିଲେ। ପରେ ଅତିଥି ଆଲୋଚକ ତଥା ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ତାଙ୍କ ଭାଷଣରେ କହିଥିଲେ ଯେ, ବର୍ତ୍ତମାନ ଆମ ସଙ୍ଗୀତ ପଥଭ୍ରଷ୍ଟ ହୋଇ ନିଜର ସ୍ୱାତନ୍ତ୍ର୍ୟ ହରାଇ ବସିଛି। ଚା’ ଦୋକାନରେ ହେଉ ଅବା ସୋସିଆଲ ମିଡିଆରେ ଆମେ ସମୟ ନଷ୍ଟ ନକରି ଏ ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ଯକତା ରହିଛି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଶସ୍ତା ସଙ୍ଗୀତ ପରିବେଷଣ କରିବା ମଧ୍ଯ ଅତ୍ଯନ୍ତ ଚିନ୍ତାର ବିଷୟ। ଏଥିପାଇଁ ଅଧିକରୁ ଅଧିକ ଆଲୋଚନା କରିବାର ଆବଶ୍ଯକତା ରହିଛି। ଅନ୍ଯମାନଙ୍କ ମଧ୍ଯରେ ଦିଲୀପ ସିଂହଦେଓ, ମୁରଲୀଧାରୀ ପତି, ନିରଂଜନ ବେହେରା, ବିବେକାନନ୍ଦ ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ଯ ଦେଇଥିଲେ। ସନ୍ତୋଷ ରଥ ସଭା ପରିଚାଳନା କରଥିବା ବେଳେ ସସ୍ମିତା ମହାପାତ୍ର ଧନ୍ୟବାଦ ଦେଇଥିଲେ।

Omkar Vasthu
Omkar Vasthu

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.