ପ୍ରଥମ ରାଜ୍ୟସ୍ତରୀୟ ଯୁବ ଡୁମାଲ ସମାବେଶ-୨୦୨୦ ଉଦଘାଟିତ

ଉଲୁଣ୍ଡା,୯/୨ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର କଲେଜ ପଡ଼ିଆଠାରେ ପ୍ରଥମ ରାଜ୍ୟସ୍ତରୀୟ ଯୁବ ଡୁମାଲ ସମାବେଶ-୨୦୨୦ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଶନିବାର ସକାଳ ୮ଘଣ୍ଟା ସମୟରେ କଳାପଥର ସ୍ଥିତ ମାଁ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚନା ପରେ ମହିଳା ମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରାରେ ମାଆଙ୍କୁ ଆବାହନ କରାଯାଇ କଲେଜ ପଡିଆରେ ସ୍ଥାପନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ଯୁବ ଡୁମାଲ ପରିଷଦ, ବୀରମହାରାଜପୁର ଶାଖାର ସଭାପତି ସମିତ ମହାକୁରଙ୍କ ଆବାହକତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ତ୍ରିପୁରାରୀ ମହାକୁର ଅତିଥି ପରିଚୟ ସହ ସ୍ୱାଗତ ସମ୍ଭାଷଣ ରଖିଥିବାବେଳେ ପରିଷଦ ଉପଦେଷ୍ଟା ସମାଜସେବୀ ଶ୍ରୀଯୁକ୍ତ ମୀନକେତନ ମହାକୁର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ସମାରୋହରେ ବରେଣ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦେବାର୍ଚନ ଚଉଳିଆ,ଉପଦେଷ୍ଟା ରାଜ୍ୟ ଡୁମାଲ ପରିଷଦ, ଶ୍ରୀଯୁକ୍ତ କୃତିବାସ ପଲିଆ,ସଭାପତି ରାଜ୍ୟ ଡୁମାଲ ପରିଷଦ, ଶ୍ରୀମତୀ ହେମବତୀ କରଣ,ସଭାନେତ୍ରୀ ରାଜ୍ୟ ଡୁମାଲ ମହିଳା ମୋର୍ଚା, ଶ୍ରୀଯୁକ୍ତ ହରିଶଙ୍କର ମହାକୁର, ଶ୍ରୀଯୁକ୍ତ ହୀରା ମହାକୁର, ଶ୍ରୀଯୁକ୍ତ ଗୌରୀଶଙ୍କର ପାତ୍ର, ଭୂଷଣ ପାତ୍ର, ସୁଧୀର ମହାକୁର, ଲକ୍ଷଣ ଦେହୁରୀ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଡୁମାଲ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ।

Udyog Nursery
Udyogi Nursery

ପରେ ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ” ଜାଗୃତି ” ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଷଦର ସଭ୍ୟ ଅସିତ ମହାକୁର, ବୀରକିଶୋର କର୍ମୀ, ଶ୍ରଧାଂଶୁ ମେଂଡ଼ିଲି, ସୁଧାକର ଗଡୁଆ, ଅଶ୍ୱିନୀ ମହାକୁର, କୈଳାସ କର୍ଣ୍ଣ, ଟୁନା କର୍ମୀ, ଶ୍ରୀକାନ୍ତ କର୍ମୀ, ସତ୍ୟବାନ ଖଣ୍ଡଗିରି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ତ୍ରିନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲୁଣ୍ଡାରୁ ଶାନ୍ତନୁ କର୍ଣ୍ଣଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.