ମଧ୍ୟ ରାତ୍ରରେ ସରୁଥିଲା, ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ିଲା କଣ୍ଟେନମେଣ୍ଟ ଅବଧି

ବଲାଙ୍ଗିର,୭/୫: ମହାମାରୀ କରୋନା ସହ ଲଢୁଛି ତମାମ ରାଷ୍ଟ୍ର । କୋଭିଡ୍-୧୯କୁ ମାତ୍ ଦେବାକୁ ସାରା ପ୍ରବନ୍ଧନ କରି ଚାଲିଛନ୍ତି ଓଡିଶା ସରକାର । କିଛିଦିନ ତଳେ ବଲାଙ୍ଗିର ଜିଲ୍ଲା ଲିଖିରିଆ ଗ୍ରାମରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଛଅ ଦିନ ହେଲା ଗୁଡଭେଳା, ତୁଷୁରା ଏନସିସି ଓ ଦେଓଗାଁ ପଞ୍ଚାୟତ ଏବଂ ଅନ୍ୟାନ୍ୟ କିଛି ଗ୍ରାମକୁ କଣ୍ଟେନମେଣ୍ଟ ଏରିଆ ଭାବରେ ଚିହ୍ନଟ କରାଯାଇଥିଲା ।

ଆଜି ମଧ୍ୟ ରାତ୍ରରେ କଣ୍ଟେନମେଣ୍ଟ ଅବଧି ସରିବାକୁ ଥିବାବେଳେ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇ ଦିଆଯାଇଛି । ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ମାନଙ୍କ ସ୍ୱାବ ନେଗେଟିଭ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତଥାପି ଆକ୍ରାନ୍ତ ମାନେ ଆଉ କାହା ସହ ସମ୍ପର୍କରେ ଆସିଛନ୍ତି ସେନେଇ ପରିବାର ପରିଜନଙ୍କୁ ପଚରା ଉଚୁରା ଜାରି ରହିଛି ।

ଏଥି ସହ କଣ୍ଟେନମେଣ୍ଟ ବଢାଇବା ସହ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ , ସ୍ଵାସ୍ଥ୍ୟ କର୍ମୀଙ୍କୁ ୫୦ ଘରକୁ ଗୋଟିଏ ଟିମ ଗଠନ କରାଯାଇ ଲକ୍ଷଣ ଥିବା ଳୋକଙ୍କୁ ଚିହ୍ନଟ କରାଯାଉଛି । ସମସ୍ତ ଦୋକାନ ବଜାର ଓ ଯିବା ଆସିବା ବନ୍ଦ କରାଯାଇଛି ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.