ଘର ଘର ବୁଲି କରୋନା ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି ସ୍ମାର୍ଟ ବୟେଜ ଗୃପ

କର୍ଲାମୁଣ୍ଡା,୧୩/୫: କରୋନା ବିପକ୍ଷରେ ଲଢୁଛି ସାରା ବିଶ୍ବ । ଏହି ମହାମାରୀ କବଳରୁ ବର୍ତ୍ତିବା ପାଇଁ ସାରା ଦେଶ ତୃତୀୟ ପର୍ଯ୍ୟାୟ ପାଇଁ ଲକଡାଉନରେ ରହିଛି । ସରକାରଙ୍କ ଦ୍ବାରା କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସହ ଅନେକ ସ୍ବେଚ୍ଛାସେବୀ, ସଂଗଠନ ଓ ବ୍ୟକ୍ତି ବିଶେଷ କରୋନା ସଚେତନତା ତଥା ସେବା କାର୍ଯ୍ୟ ଜାରୀ ରଖିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କ୍ରମରେ ଶିକ୍ଷକ ସଞ୍ଜିବ କୁମାର ନାଗଙ୍କ ତତ୍ବବଧାନରେ ସ୍ମାର୍ଟ ବଏଜ ଗୃପ ଦ୍ବାରା କରୋନା ସଚେତନତା କାର୍ଯ୍ୟ ଜାରି ରହିଛି । ରିଞ୍ଜା ପଞ୍ଚାୟତ ହାଇସ୍କୁଲର କେତେକ ପୁରାତନ ଛାତ୍ରମାନଙ୍କ ଦ୍ବାରା ଗଠିତ ଏହି ଗୃପ କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସାମାଜିକ ଦୁରତ୍ବ ରକ୍ଷା, ମାକ୍ସ ପରିଧାନ, ସାବୁନରେ ବାରମ୍ବାର ହାତ ଧୋଇବା ଆଦି ବିବିଧ ବିଷୟରେ ସଚେତନ କରୁଛନ୍ତି । ସ୍ମାର୍ଟ ବଏଜ ଗୃପର ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Udyog Nursery
Udyogi Nursery
କର୍ଲାମୁଣ୍ଡାରୁ ବାଳକୁମାର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.