ବଲାଙ୍ଗିର/ଟିଟିଲାଗଡ,୧୩/୫: ବିନେକେଲା ଗ୍ରାମର ଅନ୍ତରଙ୍ଗ ସତ୍ୟ ସନାତନ ମହିମା ଧର୍ମ ସଂଘର ସଦସ୍ୟ ମାନେ ୭୨,୮୨୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ମାନନୀୟା ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁଙ୍କ ପ୍ରେରଣାରେ ସଂଗୃହିତ ଏହି ଅର୍ଥରାଶି ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୋଭିଡ୍-୧୯କୁ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହାସହ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମୀ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ, ତହସିଲଦାର, ସରପଞ୍ଚ, ସ୍ବେଚ୍ଛାସେବୀ ସଙ୍ଗଠନ ଆଦି କରୋନା ଯୋଦ୍ଧା ମାନଙ୍କ ମଙ୍ଗଳ କାମନା କରିଛି ଏହି ଧାର୍ମିକ ସଂଘ ।