ରାୟଗଡ ଅତିରିକ୍ତ ଜିଲ୍ଳାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡାଙ୍କ ଯୋଗଦାନ

୬ମାସ ପରେ ପୂରଣ ହେଲା ପଦବୀ

ରାୟଗଡ,୧୩/୫: ୬ମାସ ଧରି ଖାଲି ପଡିଥିବା ରାୟଗଡ ଜିଳ୍ଳା ଅତିରିକ୍ତ ଜିଲ୍ଳାପାଳ ପଦବୀ ଆଜି ପୂରଣ ହୋଇଛି । ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡା ଓ.ପ୍ରେ.ସେ (କ) ବୁଧବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଏଥି ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଳାରେ ଅତିରିକ୍ତ ଜିଲ୍ଳାପାଳ ଭାବରେ ଗତ ୨୦୧୮ ମସିହା ଜୁନ୍ ୧୯ତାରିଖ ଠାରୁ ଚଳିତ ବର୍ଷର ମେ’ମାସ ୪ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଆସୁଥିଲେ । ଏହା ସହିତ ଗତ ୨୦୧୯ମସିହା ଏପ୍ରିଲ ୫ତାରିଖ ଠାରୁ ଚଳିତ ମାସ ମେ’୪ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଳାର ପିଡି-ଡିଆରଡିଏ ଭାବେ ଅତିରକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ସେହିପରି ଏହା ପୂର୍ବରୁ ୨୦୧୭ ମସିହା ଠାରୁ ୨୦୧୮ ଯାଏଁ କନ୍ଧମାଳ ଜିଲ୍ଲା ପିଡି-ଡିଆରଡିଏ ଭାବେ କାର୍ଯ୍ୟ ତୁଲାଇଛନ୍ତି । ୨୦୧୭ ପୂର୍ବରୁ ସେ ୨୦୧୫ରୁ ୨୦୧୭ ଦୁଇ ବର୍ଷ ଯାଏଁ ବଲାଙ୍ଗିର ଜିଲ୍ଳା ପାଟଣାଗଡରେ ଉପଜିଲ୍ଳାପାଳ ଭାବେ ନିଜ ଦାୟିତ୍ୱ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି । ରାୟଗଡ ଜିଲ୍ଳାରେ ଗତ ୨୦୧୯ ମସିହା ଅକ୍ଟୋବର ୨୨ତାରିଖ ଠାରୁ ଅତିରିକ୍ତ ଜିଲ୍ଳାପାଳ ପଦବୀ ଖାଲି ପଡିଥିଲା । ବର୍ତମାନ ଶ୍ରୀ ପଣ୍ଡାଙ୍କ ଯୋଗଦାନ ଯୋଗୁଁ ୬ମାସ ଧରି ଖାଲି ପଡିଥିବା ପଦବୀ ପୂରଣ ହୋଇପାରିଛି । ତେବେ ଅତିରିକ୍ତ ଜିଲ୍ଳାପାଳ ଦାୟିତ୍ୱକୁ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଅତିରକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.