ଗ୍ରିନ୍ ଜୋନ୍ ରେ ସୁବର୍ଣ୍ଣପୁର : ତଥାପି ଆତଙ୍କିତ ଜିଲ୍ଲାବାସୀ

ସୁବର୍ଣ୍ଣପୁର,୨୫/୫: କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ୪.୦ ଲକଡାଉନରେ ରହିଛି । କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତ୍ବେ ମଧ୍ୟ ଦେଶରେ ଦୃତ ଗତିରେ ବଢ଼ିବାକୁ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଓଡିଶାରେ ମଧ୍ୟ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ତମାନା ପର୍ଯ୍ୟନ୍ତ ସୁବର୍ଣ୍ଣୁର ଜିଲ୍ଲା ଗ୍ରୀନ ଜୋନରେ ଅଛି, କିନ୍ତୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ସାଧାରଣ ଜନତା । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ପ୍ରବାସୀ ଶ୍ରମିକ ।

ସୁବର୍ଣ୍ଣୁର ସହରଦେଇ ଯାଇଛି ମହାନଦୀ । ମହାନଦୀ ପାଣି ଉପରେ ସମଗ୍ର ଜିଲ୍ଲାବାସୀ ନିର୍ଭର କରନ୍ତି । ଗାଧୋଇବାଠୁ ଆରମ୍ଭ କରି ଖାଇବା ପାଇଁ ବ୍ୟବହାର କରିଥାନ୍ତି ଏହି ପାଣିକୁ । ହେଲେ ବର୍ତମାନ କରୋନା ଭୁତାଣୁ ସଂକ୍ରମଣ ପାଇଁ ଲୋକ ଏହି ପାଣି ବ୍ୟବହାର କରିବାକୁ ଡରିଲେଣି । କାରଣ ବିଭିନ୍ନ ସମୟରେ ସୁବର୍ଣ୍ଣୁର ସହର ଦେଇ ଯାଉଥିବା ପ୍ରବାସୀଙ୍କ ଗାଡି ନଦୀରେ ଅଟକିବା ସହ ପ୍ରବାସୀମାନେ ସ୍ନାନ ଶୈାଚ କରୁଥିବା ଦେଖିବାକୁ ମିଳିଛି । ତା ସହ ନିକଟ ହୋଟେଲରୁ ଖାଦ୍ୟ ମଗାଇ ଖାଇବା ଖାଇବା ସହ ପତ୍ର ଏଣେ ତେଣେ ଫିଙ୍ଗି ଦେଉଥିବା ଅଭିଯୋଗ ହୋଇଛି । ସେମାନେ ଏଣେ ତେଣେ ବୁଲାବୁଲି ମଧ୍ୟ କରୁଛନ୍ତି ପ୍ରବାସୀ । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସ୍ଥାନ ମାନଙ୍କରେ ସାନିଟାଇଜ ମଧ୍ୟ କରାଯାଉ ନଥିବା ଅଭିଯୋଗ ହୋଇଛି । ଯେହେତୁ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଭିତରୁ ହିଁ କରୋନା ପୋଜିଟିଭ ବାହାରୁଛି ସେଥିାଇଁ ଜିଲ୍ଲାବାସୀ ଏବେ ଆତଙ୍କିତ ଅବସ୍ଥାରେ । ଜିଲ୍ଲାରେ ବର୍ତମାନ ସୁଦ୍ଧା ଗୋଟିଏ ବି କରୋନା ପଜିଟିଭ ବାହାରି ନଥିବାବେଳେ ଏହି ଅବହେଳା ଯୋଗୁ ଗୋଷ୍ଠି ସଂକ୍ରମଣ ଯେ ନହେବ ତାହା କହି ହେବ ନାହିଁ ।

ଲକଡାଉନ ଯୋଗୁଁ ସାରା ରାଜ୍ୟରେ ପ୍ରବାସୀ ମାନଙ୍କୁ ଫେରାଇ ଆଣିବାକୁ ସରକାର ନିଷ୍ପତି ନେଇଛନ୍ତି । ଜିଲ୍ଲାର ପ୍ରାୟ ୧୧ ହଜାରରୁ ଉର୍ଦ୍ଧ ପ୍ରବାସୀ ଶ୍ରମୀକ ନିଜ ଘରକୁ ଫେରିବା ପାଇଁ ପଂଜିକରଣ କରିଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ଫେରିଛନ୍ତି ମାତ୍ର ୩୨ ଶହ । ସେଥି ମଧ୍ୟରୁ ୨ ହଜାର ଲୋକଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୪ ଶହ ଜଣଙ୍କ ରିପୋର୍ଟ ଆସିଛି । ହେଲେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବାରୁ ଜିଲ୍ଲାବାସୀ ଟିକିଏ ଶାନ୍ତି ପାଇଛନ୍ତି । ଜିଲ୍ଲାରେ ୨ ଶହ ଶଯ୍ୟା ବିଶିଷ୍ଠ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି । ଯଦି ପ୍ରଶାସନ ସଜାଗ ନରଙହେ ତେବେ ଆଗକୁ ଏହି ସଂକ୍ରମଣ ଜିଲ୍ଲାରେ ନହେବ ତାହା କହିହେବ ନାହିଁ ବୋଲି ଅନେକ ସଚେତନ ନାଗରିକ ମତ ପ୍ରକାଶ କରିଛନ୍ତି । ଅପର ପକ୍ଷେ ଆମେ ସମସ୍ତେ ସଚେତନ ହୋଇ କରୋନା ସହ ଲଢେଇ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେବା ସହ ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ଆମକୁ ଖବର ଦେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।

ଅନ୍ୟପଟେ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା କୋଭିଡ୍-୧୯ ରାଜ୍ୟର ୨୭ଟି ଜିଲ୍ଲାକୁ ଛୁଇଁ ସାରିଥିବା ବେଳେ ବର୍ତମାନ ସୁବର୍ଣ୍ଣପୁର ସୁରକ୍ଷିତ ରହିଛି । ପ୍ରଶାସନ ସତର୍କ ରହିଲେ ଆମେ ସବୁଦିନ ଗ୍ରୀନ ଜୋନରେ ରହିବୁ ବୋଲି ଜିଲ୍ଲାବାସୀ ଆଶା ପୋଷଣ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.