ଏବର୍ଷ ରବି ଋତୁର ଧାନ ଚାଷୀ ପାଇଁ ନେଇ ଆସିଛି କେବଳ କ୍ଷତି ଓ ହତାଶା

ବର୍ଷାରେ ଧାନ ଭିଜିବା ସମ୍ଭାବନା, ଚାଷୀ ମୁଣ୍ଡରେ ଚଡ଼କ

ସୁବର୍ଣ୍ଣପୁର,୫/୬: ସୋନପୁର ଜିଲାରେ ଗତ ଦୁଇ ଦିନ ହେଲା କିଛି ମାତ୍ରାରେ ବର୍ଷା ହେବାରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀକୂଳ । ରବି ଧାନ ଅମଳ ପରେ ଏବେ ମଣ୍ଡିରେ ଧାନ ପଡିଥିବା ବେଳେ ଏହାର ବିକ୍ରିବଟାକୁ ନେଇ ଚିନ୍ତାରେ ଚାଷି । କିଛି ଜାଗାରେ ମଣ୍ଡିରୁ ଧାନ ଉଠୁ ନାହିଁ । ଏପରି ଅବସ୍ଥାରେ ମଙ୍ଗଳବାର ଠାରୁ ଦୈନିକ ବର୍ଷା ହୋଇଥିବାରୁ ଚାଷୀଙ୍କ ଧାନ ପୂରାପୂରି ଓଦା ହୋଇ ଯାଇଛି । ଏହା ବ୍ୟତୀତ ଯେଉଁ ମାନଙ୍କ ଧାନ ମଣ୍ଡିକୁ ଆସି ପାରି ନାହିଁଁ ଓ ଯେଉଁ ମାନଙ୍କ ଟୋକନ୍‍ ଆସି ନାହିଁ ସେମାନଙ୍କ ଧାନ ଏବେସୁଦ୍ଧା ମଣ୍ଡିକୁ ଆସି ନାହିଁ । ମାତ୍ର ଏବେ ସୁଦ୍ଧା ଚାଷୀଙ୍କ ଧନ ଉଠିନଥିବାରୁ ଓ ଟୋକନ୍‍ ଆସିନଥିବାରୁ ଧାନର ପରିମାଣ ଆହୁରି ବେଶୀ ହେବ । ମାର୍କେଟ ୟାର୍ଡ ଗୁଡିକରେ ନାମକୁ ମାତ୍ର ପଳିଥିନ ଦିଆଯାଉଥିବା ବେଳେ ଏହା ଧାନକୁ ସୁରକ୍ଷିତ କରପିାରୁ ନାହିଁ । ଫଟା ଦଦରା ପଳିଥିନ୍‍ ତଳେ ଧାନ ଓଦା ହେଉଛି । ଧାନ ବିକ୍ରି କରିବ ପାଇଁ ଚାଷୀ ଯେତେ ଆତୁର ହେଉଛି ତାକୁ ସେତିକି ଦାଉ ସହିବାକୁ ପଡୁଛି । ତେବେ ଧାନ ଓଦା ହୋଇ ଗଜା ହେବା ବହୁ ସମ୍ଭାବନା ରହିଛି । ଧାନ ଏଣ୍ଟ୍ରିକରିବାକୁ ବିଳମ୍ବ ହେଉଥିବାରୁ ଅଭାବୀ ବିକ୍ରିକୁ ଏହା ପ୍ରୋତ୍ସାହିତ କରୁଛି । ଏବେ ଧାନ ଓଦା ହୋଇଗଲେ ଧାନ ବିକ୍ରି କରିବାକୁ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହେବ । ଚଳିତ ରବି ଧାନ ଚାଷୀ ପାଇଁ କେବଳ ସମସ୍ୟା ହିଁ ସମସ୍ୟା ଆଣିଛି । ଯାହା ଜଣାପଡୁଛି ଚଳିତ ରବି ଋତୁର ଧାନ ଚାଷୀ ପାଇଁ କେବଳ କ୍ଷତି ଓ ହତାଶା ନେଇ ଆସିଛି । ଚଳିତ ରବି ଋତୁ ଆରମ୍ଭରୁ ଚାଷୀ ଉପରେ ଗୋଟିଏ ପରେ ଗୋଟିଏ ମାଡ଼ ହୋଇଚାଲିଛି । ଧାନ ଅମଳ ହେବା ସମୟକୁ କରୋନା ଲକ୍ ଡାଉନ୍ ଯୋଗୁଁ ଧାନ ଅମଳ ବେଶ୍ ପ୍ରଭାବିତ ହୋଇଥିଲା । ଏହାପରେ ପରେ କୃଷି କ୍ଷେତ୍ରରେ କଟାକଣାମୁକ୍ତ କରାଗଲା ପରେ ଧାନ ଅମଳ ଆରମ୍ଭ ହୋଇଥିଲା । ମାତ୍ର ଧାନ ଅମଳ ବେଳକୁ କରାମାଡ ଓ କାଳବୈଶାଖୀ ଯୋଗୁଁ ଧାନ କ୍ଷତିଗ୍ରସ୍ତ ହୋଇଥିଲା । ଚାଷୀ ବାରମ୍ବାର କ୍ଷତି ସହି ଏବେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନ ଗଦା କରିବା ବେଳକୁ ବର୍ଷା ଓ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଧାନ ଆଉ ବିକ୍ରି ହୋଇପାରୁ ନାହିଁ । ସବୁଠାରୁ ଦୁଃଖର ଏବେ କିଛି ଦିନ ପୁର୍ବରୁ ବିନିକା ବ୍ଲକ ରେ ଚାଷିଙ୍କୁ ଟୋକନ ମିଳିନ ଥିବା ସିଏସଓ ପାଖରେ ଅଭିଯୋଗ ହୋଇଥିବା ବେଲେ ଗୁରବାର କିଛି ମଣ୍ଡିରେ ଧାନ ନ ଉଠିବାରୁ ସିଏସଓ ଅଫିସ ସାମ୍ନା ରେ ଚାଷି ବସି ରହି ଧାରଣା ଦେଇଥିଲେ । ତେବେ ତାହାକୁ ନେଇ ଏବେ ଚାଷୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ମଣ୍ଡିରେ ଯେଉଁଦିନ ଧାନ ଆସିବ ସେହିଦିନ ଉଠିବ ଓ ଚାଷୀ ସେମାନଙ୍କ ମୂଲ୍ୟ ପାଇବେ ବୋଲି ସରକାରୀ ନିର୍ଦ୍ଦେଶ ରହିଛି । ଗତ ଦୁଇ ତିନି ଦିନ ହେଲା ସୋନପୁର ଜିଲ୍ଲା ରେ ବର୍ଷା ହେଉଥିବାରୁ ଏବେ ଚାଷୀଙ୍କସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ବର୍ଷାରେ ଧାନ ଭିଜିବା ଚିନ୍ତା ଚାଷୀଙ୍କ ଚିନ୍ତା ର କାରଣ ସାଜିଛି । ଯୋଗାଣ ବିଭାଗ ଧାନ କିଣାବିକାରେ ସମ୍ପସର୍ଣ୍ଣ ଭାବେ ହାତ ଟେକି ଦେଇଥିବା ଭଳି ଅବସ୍ଥା ଦେଖାଗଲାଣି । ଏବେ ବର୍ଷାରେ ଧାନ ଓଦା ହେବା ପରେ ଯଦି ମିଲର୍ସ ମାନେ ଉଚିତ୍ ମୂଲ୍ୟରେ ଧାନ ନ କିଣନ୍ତି ତା’ହେଲେ ରାଜରାସ୍ତାରେ ଧାନ ପଡ଼ିବ ଓ ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି ଚାଷୀ ନେତାମାନେ ଚେତାବନୀ ଦେଲେଣି । କରୋନା କବଳିତି ରବି ଫସଲକୁ ସଠିକ ଭାବରେ ବିକ୍ରି କରି ଚାଷୀ ତା’ର ଉପଯୁକ୍ତ ମୂଲ୍ୟ ପାଇବ ସେ ଦିଗରେ ପ୍ରଶାସନ ଆଦୌ ଗୁରୁତ୍ୱ ଦେଉ ନଥିବାରୁ ଚଳିତ ରବି ଧାନ ଚାଷୀମାନଙ୍କ ପାଇଁ ସମସ୍ୟା ହିଁ ସମସ୍ୟା ଆଣି ଦେଇଛି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଜିଲାରେ ପ୍ରାକ୍ ମୌସୁମୀ ବର୍ଷାରେ ଚାଷୀର ଅବସ୍ଥା ବେହାଲ ହୋଇ ଯାଇଥିବା ବେଳେ ଆଉ କିଛି ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ତେବେ ଏଥି ପ୍ରତି ପ୍ରସାସନ ଦୃଷ୍ଠି ଦେବାକୁ ଦାବି ହେଉଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.