ଉଜ୍ଜଳା ଗ୍ୟାସ ଯୋଜନାରେ କେଳେଙ୍କାରୀ, ଗ୍ରାହକଙ୍କୁ ଠକେଇ ଅଭିଯୋଗ

କୋକସରା,୮/୬: କେନ୍ଦ୍ର ସରକାରଙ୍କ ଏକ ଲୋକପ୍ରିୟ ଯୋଜନା ହେଉଛି ‘ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା’ । ଏହାରି ମାଧ୍ୟମରେ ସରକାର ଗ୍ରାମାଞ୍ଚଳର ଗରୀବ ଶ୍ରେଣୀରେ ଅନ୍ତର୍ଭୁକ୍ତ ଗୃହଣି ମହିଳାଙ୍କୁ ଧୂଆଁ ମୁକ୍ତ ରୋଷେଇ ପାଇଁ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସ ସଂଯୋଗ ମାଗଣାରେ ଯୋଗେଇ ଦେଇଛନ୍ତି । ତେବେ ବର୍ଷବର୍ଷ ପରେ ମଧ୍ୟ ଗୃହଣି ମହିଳାଙ୍କ ନାମରେ ଗ୍ୟାସ୍ ସଂଯୋଗ ତ’ ରହିଛି ହେଲେ ମିଳିନାହିଁ ଗ୍ୟାସ ଚୁଲା କି ଟାଙ୍କି । ଗ୍ୟାସ ଏଜେନ୍ସି ଓ ତାଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟ ମାନେ ଚଞ୍ଚକତା କରି ଗୃହଣିଙ୍କ ନାମରେ ଥିବା ଗ୍ୟାସ ସଂଯୋଗକୁ ବିଭିନ୍ନ ହୋଟେଲ ବ୍ୟବସୟିକ ସଂସ୍ଥା କୁ ଦେଇ ମୁନାଫା କମାଇ ମାଲେମାଲ ହେଉଥିବା ଅଭିଯୋଗ ହେଉଛି । ଲକଡାଉନରେ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ମହିଳା ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣା ଗ୍ୟାସ୍ ଦେବା ସହ ଉପଭୋକ୍ତାଙ୍କ ଜମାଖାତାରେ ସବସିଡ଼ି ଟଙ୍କା ଦେବା ପରେ ଖୋଲିଛି ଗୁମର । ଏହିଭଳି ଘୋଟଲା କରିଛନ୍ତି କୋକସରା ଇଣ୍ଡେନ ଗ୍ୟାସ ଏଜେନ୍ସି ନାଁରେ, କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ଧର୍ମଗଡ଼ ବ୍ଲକ ଛଞ୍ଚାଣବାହେଲି ଗାଁର ଅନେକ ହିତାଧିକାରୀଙ୍କ ନାମରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି ଗ୍ରାମର ଯୁବକ ମହେଶ୍ୱର ଜୁଏଡ ନିଜକୁ କୋକସରା ଗ୍ୟାସ୍ ଏଜେନ୍ସିର ଏଜେଣ୍ଟ କହିବା ସହ ଅନେକ ମହିଳାଙ୍କ ନିକଟରୁ ଗ୍ୟାସ୍ ସଂଯୋଗ ପାଇଁ କାଗଜପତ୍ର ନେଇ ବର୍ଷବର୍ଷ ଧରି ଆଜି ହେବ କାଲି ହେବ ବୋଲି ଦିନ ଗଡ଼ାଇ ଚାଲୁଥିଲା । ତେବେ ଲକଡାଉନ ସମୟରେ କେନ୍ଦ୍ର ସରକାର ଙ୍କ ମାଗଣା ଉଜ୍ଜଳା ଯୋଜନାରେ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତା ରେ ୮୦୫ ଟଙ୍କା ସବସିଡ଼ି ପଡିବା ପରେ ଅସଲ କଥା ଜଣାପଡିଛି । ଏନେଇ ସମ୍ପୃକ୍ତ ଏଜେଣ୍ଟକୁ ଅଭିଯୋଗ କଲେ ମଧ୍ୟ ମୁଁ ଅଫିସ ରେ ଦେଇଛି ସେମାନେ କଣ କଲେ ମୁଁ ଜାଣିନାହିଁ, ତମେ ଅଫିସରେ ଯାଇ ବୁଝ ବୋଲି କହୁଥିବା ନେଇ ଜୟନ୍ତି ନାଗ, ଜଲେନ୍ଦ୍ରି ନାଗ, ହେମାନ୍ଦ୍ରି ସୁନାନୀ, ସରୋଜିନୀ ଭଏଁସାଲ, ଋଖ୍ମଣୀ ମେହେର, ଲିଲାବାଇ ସାହୁ, କୁସୁମି ମେହେର, ଭାନୁମତୀ ଜାଲ, ପ୍ରମିଲା ଗହୀର ପ୍ରମୂଖ ମହିଳା ମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଯୁବ ସମାଜସେବୀ ଦିଗାମ୍ବର ଦୁରିଆ ଘଟଣାକୁ ସୋସିଆଲ ମିଡ଼ିଆରେ ଛାଡିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ଏନେଇ କୋକସରା ଗ୍ୟାସ ଏଜେନ୍ସି ମାଲିକଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି ।

Udyog Nursery
Udyogi Nursery
କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.