ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ପାଇଁ ବାଜିଲା ବିଗୁଲ

ମହିଳା ଦୃତ ସାଇକେଲ ଚାଳନା ପ୍ରତିଯୋଗିତା : ପଞ୍ଚମୀ ଚଂପିୟନ

ଧର୍ମଗଡ,୧୦/୧:
ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ମହା ସମାରୋହରେ ଅନୁଷ୍ଠିତ ହେବ । ଘୁମୁରା ପାଇଁ ବିଗୁଲ ବାଜି ସାରିଛି । ଜାନୁଆରୀ ୧୫ରୁ ୧୭ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ । କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରଂପରା, ଲୋକ ବାଦ୍ୟ, ଲୋକ ନୃତ୍ୟ, ଲୋକ ସଂସ୍କୃତିର ବାର୍ତାବହ କଳାହାଣ୍ଡି ଉତ୍ସବ ପାଇଁ ଚଳ ଚଞ୍ଚଳ ହୋଇ ଉଠୁଛି ଧର୍ମଗଡ । କଳାହାଣ୍ଡି ଉତ୍ସବ ପୂର୍ବରୁ ବିଭିନ୍ନ ପ୍ରକାର ଖେଳ କୁଦର ଆୟୋଜନ କରାଯାଉଛି । ସେହି କ୍ରମରେ ମହିଳା ଦ୍ରୁତ ସାଇକେଲ ଚାଳନା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ସରଧାପୁର ଖେଳ ପଡିଆ ଠାରୁ ଧର୍ମଗଡ଼ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଉତ୍ସବରେ
ପଞ୍ଚମୀ ମଲ୍ଲିକ (ଧାମନପୁର) ପ୍ରଥମ, ଜୟଲଲିତା ଭଏଁଶାଲ(ବୋଡ଼େନ) ଦ୍ବିତୀୟ, ଉଦନ୍ତି ନାଏକ(ଲୁହା ଗାଁ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Omkar Vasthu
Omkar Vasthu

ମହିଳା ଦ୍ରୃତ ସାଇକେଲ ଚାଳନା ପ୍ରତିଯୋଗିତାର ପ୍ରଯୋଜକ ସାଇ ଗୋପାଳ ସାହୁ

ଫାଇନାନ୍ସ କମିଟି ଚେୟାରମେନ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଏସିଆଇପିଆରଓ ହଳଧର ନିଆଲ , ଏସଡିଏଏ ସମ୍ପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ବିଦ୍ୟାଧର ସାହୁ, ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ ଓ ଏହି ମହିଳା ଦ୍ରୁତ ସାଇକେଲ ଚାଳନା ର ପ୍ରଯୋଜକ ଶ୍ରଦ୍ଧା ପୋଲେଟ୍ରି ଟ୍ରେଡ ମାଲିକ , ରାଇଟ ଟୁ ଫାଇଟ ଗ୍ରୁପ ର ସଭାପତି ତଥା ବିଶିଷ୍ଟ ଉଦୌଗପତି ଶ୍ରୀଯୁକ୍ତ ସାଇ ଗୋପାଳ ସାହୁ

Pearl dental clinic
Near Ashish Medical Store, Bhawanipatna

ଏବଂ କଳାହାଣ୍ଡି ଉତ୍ସବ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉକ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରଥମ ୧୦ଜଣ ପ୍ରତିଯୋଗିନୀ ଙ୍କୁ  ସାଇ ଗୋପାଳ ସାହୁ ସାନ୍ତ୍ଵନା ମୂଲକ ପୁରସ୍କାର ପ୍ରଦାନ କରିଥିଲେ।

Udyog Nursery
Udyogi Nursery


ଧର୍ମଗଡରୁ ଲବଣି ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.