ସୁନୀଲ ଧଙ୍ଗଡାମାଝୀଙ୍କ ସିଧା କଥା

ଟିଟିଲାଗଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗ : ସରକାର ସ୍ପଷ୍ଟ ଆଭିମୂଖ୍ୟ ଗ୍ରହଣ କରନ୍ତୁ

ଟିଟିିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ୨୬ ବର୍ଷ ଧରି ଚାଲି ଆସିଥିବା ବେଳେ ବର୍ତମାନ ଜିଲ୍ଲା କାର୍ଯ୍ୟାନୁଷ୍ଠାନ କମିଟି ଡାକରାରେ ଗତିଶିଳ ଆନ୍ଦୋଳନ ଜାନୁଆରି ୧୦ ତାରିଖ ସୁଦ୍ଧା ୭୨ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ଅନେକ ଅନୁଷ୍ଠାନ ସାମିଲ ହେଉଛନ୍ତି, ଏହା ସହ ବିଭିନ୍ନ ରାଜନୈତିକ ଓ ସାମାଜିକ କର୍ମକର୍ତ୍ତା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Omkar Vasthu
Omkar Vasthu

ଏଠାରେ ସୂଚନା ଯୋଗ୍ୟଯେ ଟିଟିଲାଗଡ ଉପଖଣ୍ଡ ସଇଁତଲା, ମୁରିବାହାଲ, ଗୁଡଭେଲା, ଟିଟିଲାଗଡ, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ଆଦି ୬ଟି ବ୍ଲକକୁ ନେଇ ଗଠିତ । ଏହି ଅଞ୍ଚଳ ଓଡିଶାର ଏକ ଅନଗ୍ରସର ଅଞ୍ଚଳ ଭାବେ ରହିଆସିଛି । ଜିଲ୍ଲା ମାନ୍ୟତା ପାଇଁ ସବୁ ପ୍ରକାର ଭିତ୍ତିଭୂମି ଥିବା ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାରେ ସରକାର କାହିଁକି ସ୍ପଷ୍ଟ ଆଭିମୂଖ୍ୟ ଗ୍ରହଣ କରୁନାହାନ୍ତି ତାହା ବୁଝି ହେଉନାହିଁ । ଜିଲ୍ଲା ମାନ୍ୟତା ଦାବି ନେଇ ସରକାରଙ୍କ ଠାରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛନ୍ତି ନାଁ ଚେଇଁ ମୁତୁଛନ୍ତି ତାହାକୁ ନେଇ ବିତର୍କର ବଳୟ ସୃଷ୍ଟି ହୋଇଛି ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରନ୍ତି ।

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡର ବିଭିନ୍ନ ଅନୁଷ୍ଠାନ ଗୁଡିକ ଜିଲ୍ଲା ଦାବି କୁ ସମର୍ଥନ କରିଆସୁଥିବା ବେଳେ କିଛି ଦିନ ତଳେ ଟିଟିଲାଗଡ ମାଟିର ପୁଅ ରଞ୍ଜନ ଖୁଆସ ଟିଟିଲାଗଡରୁ ପଦଯାତ୍ରା କରି ଭୁବନେଶ୍ବର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ । ଏହି ଖବର ରାଜ୍ୟର ଏକ ଚର୍ଚିତ ଖବର ଥିଲା । ସମସ୍ତଙ୍କ ଆଶା ଥିଲା ଟିଟିଲାଗଡକୁ ସେହିଦିନ ହିଁ ଜିଲ୍ଲା ମାନ୍ୟତା ମିଲିଯିବ, ହେଲେ ସେହି ଆଶାବି ଆଶା ରେ ରହିଗଲା ।

Udyog Nursery
Udyogi Nursery

୭୨ ଦିନ ହେଲା ଟିଟିଲାଗଡର କୋର୍ଟ, କଚେରୀ, ବ୍ଲକ, ଅଫିସ ସବୁ ବନ୍ଦ ରହିଥିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଦିନ ତଳେ ଅନେକ ପଞ୍ଚାୟତରେ ତାଲା ଝୁଲିବା ଯୋଗୁଁ ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ସାଧାରଣ ଜନତାର ଦୂଃଖ ସୁଖରେ ସାମିଲ ହୋଇ ଅଞ୍ଚଳର ବିକାଶ କରାଇବା ସରକାରଙ୍କ ପରମ କର୍ତବ୍ୟ ତେବେ ଏତେ ସବୁ ହେଲା ପରେମଧ୍ୟ ସରକାରଙ୍କ ଶୁଭ ଦୃଷ୍ଟି ଏ ଅଞ୍ଚଳ ପ୍ରତି ପଡିନଥିବାରୁ ରାଜ୍ୟ ସାରା ଅଶାନ୍ତିର ବାତାବରଣ ବ୍ୟାପ୍ତ ହେବାକୁ ଲାଗିଛି । ଆଗକୁ ନିର୍ବାଚନ ରହିଥିବା ବେଳେ ଟିଟିଲାଗଡକୁ ଜିଲ୍ଲା ଘୋଷଣା କରାନଗଲେ ଭୋଟ ବର୍ଜନ ସହ କୌଣସି ନେତାଙ୍କ ପ୍ରଚାର ପ୍ରସାର କରାଇ ଦିଆଯିବ ନାହିଁ ବୋଲ ମତ ପ୍ରକାଶ ପାଇଛି । ଯାହା ଏକ ସୁସ୍ଥ ଗଣତନ୍ତ୍ରର ପରିପନ୍ଥି । ତେଣୁ ସରକାର କିଛି ଅଘଟଣ ଘଟିବା ପୂର୍ବରୁ ଏ ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

ସୁନୀଲ କୁମାର ଧଙ୍ଗଡାମାଝୀ, ସଂପାଦକ ଓଡିଆ ବାର୍ତ୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.