ଖଲିଆପାଲିରେ ମନୋଜ ପଟ୍ଟନାୟକଙ୍କ ସାଧାରଣ ସଭା

ଜନତାଙ୍କ ସହ ସଂପର୍କ ସ୍ଥାପନ ପାାଇଁ ଆଗେଇ ଚାଲିଛନ୍ତି ମନୋଜ

କର୍ଲାମୁଣ୍ଡା, ୧୧/୧:
କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ନୂଆ ବର୍ଷ ଉପଲକ୍ଷେ ଯୁବ ସଂଗଠକ ମନୋଜ ପଟ୍ଟନାୟକଙ୍କ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।

ଏଥିରେ କର୍ଲାମୁଣ୍ଡା ବ୍ଲକର ରିଂଜା, ସ-ମାଲପଡା , ବୋରପଦର, ଯୋରାଡବ୍ରା, ରେଗେଡା, ସାପଲହରା ଆଦି ପଞ୍ଚାୟତ ସହ ନର୍ଲା ବ୍ଲକର ସରିଆଁ, ରୁପ୍ରାରୋଡ, ସେରଗଡ, ନର୍ଲା, ରାକ୍ସି, ରୁପ୍ରା, ମାଣ୍ଡେଲ, ସର୍ଗିଗୁଡା, ଶାନ୍ତପୁର, ଏବଂ ମ ରାମପୁର ବ୍ଲକର ଅନେକ ପଞ୍ଚାୟତର ହଜାରେରୁ ଉର୍ଧ ଜନ ସାଧାରଣ ଏକତ୍ରିତ ହୋଇଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମହଗାଁର ଯୁବ ସମାଜସେବୀ, ସଂଗଠକ, ନିର୍ଭିକ ସମାଜସେବୀ, ପରୋପକାରୀ ତଥା ଜନପ୍ରିୟ ଯୁବ ନେତା ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନ ସମୁଦାୟକୁ ସମ୍ବୋଧିତ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟଯେ ଗତ ବିଧାନସଭାରେ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇ ଥିବା ମନୋଜ ପଟ୍ଟନାୟକ ନର୍ଲା ନିର୍ବାଚନ ମଣ୍ଡଳୀର ଏକ ଚର୍ଚିତ ତଥା ଲୋକପ୍ରିୟ ଯୁବ ନେତା ଭାବେ କର୍ଲାମୁଣ୍ଡା, ନର୍ଲା ଆଦି ବ୍ଲକର ଅନେକ ସଭା ସମିତିରେ ଯୋଗଦେଇ ଜନ ସଂପର୍କ କ୍ଷେତ୍ରରେ ଆଗୁଆ ଅଛନ୍ତି ।

ଶ୍ରୀଯୁକ୍ତ ପଟ୍ଟନାୟକ ଚଳନ୍ତି ସମୟର ଶାସନ, ସଂସ୍କାର, ନୀତି ନିୟମରେ କିଛି ପରିବର୍ତ୍ତନ ହେବା ଉପରେ ଗୁରୁତ୍ୱ ଦେବା ସହ କୃଷି ଓ କୃଷକଙ୍କ ସମସ୍ୟା ତଥା ବର୍ତ୍ତମାନ ସମୟରେ ଶିକ୍ଷା ଓ ଯୁବ ସମାଜ ଉପରେ ମତବ୍ୟକ୍ତ କରି କହିଥିଲେଯେ – ଶିକ୍ଷା ସମାଜର ମେରୁଦଣ୍ଡ ସଦୃଷ୍ୟ ତେଣୁ ଶିକ୍ଷା ଉପରେ ସରକାର ଓ ପ୍ରଶାସନ ବିଶେଷ ଗୁରୁତ୍ବ ଦେବା ଜରୁରୀ ହୋଇ ପଡିଛି ।

ଏହା ସହ ଯୁବ ସମାଜ ସମାଜର ଦର୍ପଣ ସଦୃଷ୍ୟ ଏମାନଙ୍କ ଉପରେ ସାରା ଦେଶ ଭରସା କରିଥାଏ । ବେରୋଜଗାରୀର ସ୍ଥାୟୀ ସମାଧାନ ସହ ସେମାନଙ୍କ ଆୟବୃଦ୍ଧି ର ବିଶେଷ ଯୋଜନା ସବୁ ପ୍ରଣୟନ କରାଗଲେ ଆମ ଅଞ୍ଚଳ ତଥା ଦେଶ ସଶକ୍ତ ହୋଇ ଉଠିବ ।

୨୦୧୯ ନିର୍ବାଚନରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଶାୟୀ ବିଧାୟକ ପ୍ରାର୍ଥୀ ମନୋଜ ପଟ୍ଟନାୟକଙ୍କୁ ତାଙ୍କ ରାଜନୀତି କେରିୟର ଉପରେ ଆମ କର୍ଲାମୁଣ୍ଡା ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ – ଲୋକଙ୍କ ସେବା କରିବାକୁ ଚାହୁଁଛି, ଟିକିଟ ମିଳିଲେ ନିର୍ବାଚନ ଲଢ଼ିବି ନ ମିଳିଲେ ମଧ୍ୟ ଲଢ଼ିବି।

ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମନୋଜ ସାହୁ, ଅାଦିବାସୀ ନେତା ବନମାଲି ମାଝୀ, ଯୁବ ନେତୃତ୍ବ ସତିଶ ମହାପାତ୍ର,  ପରମେଶ୍ବର ଶବର,ଦୁର୍ଯୋଧନ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତା odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.