ଗୁଡଭେଲା ଠାରେ ଆମ ଗାଁ ଅାମ ବିକାଶ

ଗୁଡଭେଲା ବ୍ଲକ ପାଇଁ ୧.୫ କୋଟି ମଞ୍ଜୁର କଲେ ମୂଖ୍ୟନ୍ତ୍ରୀ

ଟିଟିଲାଗଡ,୧୧|୦୧:

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଳା ବ୍ଳକ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ କଥାହୋଇ ଗୁଡଭେଲା ବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୧.୫ କୋଟି ଟଙ୍କା ମଞ୍ଜୁର କରିବା ସହିତ ପ୍ରତ୍ୟେକ ପଞ୍ଚାୟତ ର ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବାସଗୃହ ପ୍ରଦାନ ଓ ଆମ ଏଲଇଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଗୁଡଭେଲା ବ୍ଲକର ସମସ୍ତ ପଞ୍ଚାୟତ ମାନଙ୍କରେ ହେବାକୁ ଥିବା ପ୍ରକଳ୍ପ ଗୁଡିକର ବିଷୟରେ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ପିଡି ଡିଆରଡିଏ ମହେଶ୍ୱର ସ୍ବାଇଁ, ଗୁଡଭେଲା ବିଡିଓ ପ୍ୟାରେଲାଲ୍ ମଙ୍ଗରାଜ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନତାଙ୍କୁ ଅବଗତ କରାଇଥିଲେ ।

ବିଧାୟିକା ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀ , ସରପଞ୍ଚ ସଂଘ ଓ ବିଜୁ ଯୁବ ବାହିନୀ, ଜିଓ ଟେଗ୍ ସଂଘ ତଥା ଦଶ ହଜାର ରୁ ଅଧିକ ମହିଳା ଓ ଜନ ସାଧାରଣ  ଯୋଗଦେଇ ଥିଲେ ।

Report by Bhismasen Mahakur, Correspondent Titlagarh  odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.