ବରଗଡ଼,୧୧/୧: ବରଗଡରେ ଆରମ୍ଭ ହୋଇଛି ମହାରାଜ କଂସଙ୍କ ରାଜୁତି। ଏବେ ପୂରା ଏଗାର ଦିନ ବରଗଡରେ ଚାଲିବ କଂସ ରାଜୁତି। ୭୦ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।
ଧନୁଯାତ୍ରା ପାଇଁ ବରଗଡ ସହର ଅପୂର୍ବ ରୂପରେ ସଜାଇ ହୋଇଛି । ହାଟପଦା ମଥୁରାନଗରୀ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରୀତ ହୋଇ ସୁସଜ୍ଜିତ ହୋଇ ରହିଛି । ପରାକ୍ରମୀ କଂସର ପରାକ୍ରମ ଦେଖିବାକୁ ଲୋକେ ଉତ୍ସାହିତ ହୋଇ ଅପେକ୍ଷା କରି ରହିଛନ୍ତି । ଏହା ବ୍ୟତୀତ ବାଲୁକା ଶିଳ୍ପ, ଓରମାସ ଓ ମୀନାବଜାର ମଧ୍ୟ ଏହି ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ ।
ଆଜି ଅପରାହ୍ନରେ ଗାନ୍ଧୀଛକରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ସଂଧ୍ୟାରେ ସମସ୍ତ କଳାକାରଙ୍କ ସହ ସମଲେଶ୍ୱରୀ ମନ୍ଦିରରେ ପହଂଚିବଥିଲା। ରାତି ୭ଟାରେ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧନୁଯାତ୍ରା ଉଦଘାଟିତ ହୋଇଛି।।
For latest news & updates, click on bell button and subscribe to notifications.