କେସିଙ୍ଗା,୧୨/୧: କେସିଙ୍ଗା ବ୍ଲକ ବୋରିଆ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଶିକ୍ଷା କେନ୍ଦ୍ର ସଭାପତି ହରିଶ୍ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରାମେଶ୍ୱର ସାହୁ, ସଭ୍ୟ ହରେକୃଷ୍ଣ ସ୍ୱାଇଁ, ସ୍କୁଲ ଅଧ୍ୟକ୍ଷ କ୍ଷୀରସିନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ମଣିଷ ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ସ୍କୁଲର ବିକାଶରେ ସହଭାଗୀତା ସମ୍ପର୍କରେ ଶ୍ରୀ ନାୟକ କହିଥିଲେ। ଏହାପରେ ଅଭିଭାବକ ମାନେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିସହ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ବିକାଶ ନେଇ ଆଲୋଚନା କରାଯାଇଥିଲା।
Report from Kesinga by Balaram Naik odiabarta.in