ୱାର୍କସ କ୍ଳବ ତରଫରୁ ଯୋଗ ଦିବସ ଓ ଗ୍ରୀନ ରାୟଗଡର ବୃକ୍ଷରୋପଣ

ରାୟଗଡ,୨୨/୬: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାୟଗଡ ୱାକର୍ସ କ୍ଳବର ସଦସ୍ୟମାନେ ସ୍ଥାନୀୟ ପ୍ରେମ ପାହାଡ ଠାରେ କୋଭିଡ-୧୯ମାର୍ଗଦର୍ଶିକା ପ୍ରକାରେ ନିଜ ନିଜ ଭିତରେ ସାମାଜିକ ଦୂରତା ବଜାୟ ରଖି ଯୋଗାଭ୍ୟାସ କରିଥିଲେ । ଗଲୱାନ ଘାଟିରେ ଚୀନ ସେନାକୁ କଡା ଜବାବ ଦେଇ ଦେଶପାଇଁ ବଳିଦାନ ଦେଇଥିବା ୨୦ଜଣ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ନୀରବ ପ୍ରାର୍ଥନା କରିଥିଲେ । ଯୋଗଗୁରୁ ଟାଙ୍କାଲା ଜୟରାମଙ୍କ ନେତୃତ୍ୱରେ ସକାଳ ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଗାସନ କରିଥିଲେ । ପରେ ଗ୍ରୀନ ରାୟଗଡର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ୱାକର୍ସ କ୍ଳବର ଉପଦେଷ୍ଠା ସତ୍ୟବାଦୀ ପତି, କ୍ଲବ ର ଅଧ୍ୟକ୍ଷ ଈଂ.ସୁନୀଲ ଚନ୍ଦ୍ର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଡାଲିରାଜୁ, ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବାଉରି ଓ ଗୋପସୁନ୍ଦର ଦାସ ଏବଂ ସଂପାଦକ ଶଙ୍କର୍ଶଣ ମଙ୍ଗରାଜ ଏହି କାର୍ଯ୍ୟକ୍ରମ ସଂପାଦନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Udyog Nursery
Udyogi Nursery

ଏଥିରେ କ୍ଳବର ଅନ୍ୟ ସଭ୍ୟମାନଙ୍କ ଗହଣରେ ବରିଷ୍ଠ ସଭ୍ୟ ତଥା ଏରିଆ ସଂପାଦକ ଅଭିମନ୍ୟୁ ନାୟକ,ପ୍ରଫେସର ଡି.ଏସ.ପିଲାଇ, ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ଡଃ.ସାଲାଭା ରାଜୁ, ଡଃ.କୁୂମୁନ୍ଦନ, ସୁବାସ ରଥ, ଉଦୟ ଚନ୍ଦ୍ର ପଣ୍ଡା, ବ୍ରଜସୁନ୍ଦର ନାୟକଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.