ଜୁନାଗଡ଼,୧୨/୧:
ଜୁନାଗଡ ଲଙ୍କେଶ୍ବରୀ ମଞ୍ଚରେ ତିନି ଦିନ ଧରି ଚାଲିଥିବା କଳାହାଣ୍ଡି ଉତ୍ସବ ଘୁମୁରା ସମାପନ ହୋଇ ଯାଇଛି । ଜୁନାଗଡ ହାଇସ୍କୁଲ ପଡିଆର ଲଙ୍କେଶ୍ବରୀ ମଞ୍ଚର ଉଦଜାପନୀ ସମlରହରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସଭାପତିତ୍ୱ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ,ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ବିଧାୟକ ଗୋବର୍ଧନ ଦାଶ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦେଶକ ପ୍ରଶନ୍ନ କୁମାର ଷଡ଼ଙ୍ଗୀ,
ଅତିରିକ୍ତ ଜିଲ୍ଲା ଅଧିକାରୀ ସାର୍ଟ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲା ଉପଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ,ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା,ଏନଏସି କାର୍ଯ୍ୟ ନିର୍ବାହୀ ଆଧିକାରୀ ଈଶ୍ୱର ପୂଝରୀ , ବ୍ଲକ ଉପlଧକ୍ଷ ଟଙ୍କଧର ନାଏକ , ଜିଲା ସରପଞ୍ଚ ସଂଘ ସଭପତି ଶିବ ପ୍ରସାଦ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସାଇକେଲ ଚାଲାନ ,କବାଡି ,କ୍ରିକେଟ ପ୍ରତିଯୋଗିତାର ଖେଲାଳି ମlନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ପରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଭାବନିପାଟଣା ପ୍ରତିଭା ଆନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ,ବଲାଙ୍ଗୀରର ଡାଲଖାଇ, ଜୁନାଗଡ଼ର ଓଡିଶୀ ସହ ବାଙ୍କୀ ଡାନ୍ସ ଦର୍ଶଙ୍କ ମନ ମୋହିଥିଲା ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube