କଳାହାଣ୍ଡି,୧୨/୧:
ମାନ୍ୟବର କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସାଂସଦ ପାଣ୍ଠିରୁ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ ।
ଏହି ଅବସରରେ ମାନ୍ୟବର ସାଂସଦ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭୀମକେଲାର ବାର୍ଷିକ ଉତ୍ସବରେ ଯୋଗ ଦେବାସହ ସାଂସଦ ପାଣ୍ଠିରୁ ନିର୍ମିତ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ନର୍ଲା ବିଧାୟକ ଶ୍ରୀଯୁକ୍ତ ଧନେଶ୍ବର ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୂବନେଶ୍ବର କରୁଆଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ପ୍ରମୂଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବିନୟ କିଶୋର ଦାଶ ।
Report by Niranjan Goud, Special Correspondent odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube