ବଡ଼କୁଟ୍ରୁ ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଜୟପାଟଣା,୨୯/୬: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ବଡ଼କୁଟ୍ରୁ ପଞ୍ଚାୟତ ଅଫିସ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ, କୁଟ୍ରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ, ଫାଣ୍ଡି କର୍ମଚାରୀ, ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ କୋଭିଡ୍-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇଥିଲା।

ଏହି ମେଗା ରକ୍ତଦାନଶିବିରରେ ୧୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ କଲମପୁର ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ସ୍ଥାନୀୟ ସମାଜସେବୀ ଯଥା ଗୁନଗୁନିଆ ଗ୍ରାମର ଚିତ୍ତରଞ୍ଜନ ପଣ୍ଡା ଓ ସୁଦାମ ପଟେଲ, ବିଜମରା ଗ୍ରାମର ମହେନ୍ଦ୍ର ମାଝୀ ଓ କୁଞ୍ଜବନ ସାହୁ, ଧନପୁର ଗ୍ରାମର ରିଙ୍କୁ ବେହେରା, ବଡ଼କୁଟ୍ରୁ ଗ୍ରାମର ଅଭିମନ୍ୟୁ ନାଏକ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସାନିଟାଇଜ କରାଯାଇ ମାସ୍କ ବଣ୍ଟନ କରାଯାଇଥିଲା।

ଜୟପାଟଣାରୁ ତୁଲାରାମ ବେହେରାଙ୍କ ରିପୋର୍ଟ Odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.