୩ମାସ ଜଗିଲାନି ଓଭରବ୍ରିଜ ରାସ୍ତା, ସାମାନ୍ୟ ବର୍ଷାରେ ଉଠିଗଲାଣି ପିଚୁ

କାହା ସ୍ୱାର୍ଥରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

୩୨୬ ନମ୍ବର ଜାତୀୟ ରାଜପଥର ଖାଲଖମା ଭରା ଓଭରବ୍ରିଜ

ରାୟଗଡ,୨୯/୬: ଗାଁ ରାସ୍ତାରେ ଖାଲଖମା ରହିଥିବା କଥା ସଭିଁଏ ଜାଣନ୍ତି । ହେଲେ ଜିଲ୍ଳା ସଦର ମହକୁମାରେ ଥିବା ଏକ ଓଭରବ୍ରିଜରେ ବର୍ଷ ତମାମ ଖାଲଖମା ରହିଥିଲେ ସୁଦ୍ଧା ଏହାର ସ୍ଥାୟୀ ମରାମତି କାର୍ଯ୍ୟ ନେଇ କେହି ହେଲେ ଦୃଷ୍ଟି ଦେଉ ନ ଥିବାରୁ ଏହାକୁ ବ୍ୟବହାର କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାୟଗଡ ଜିଲ୍ଳା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ରହିଛି ରାୟଗଡ ସହରର ଲାଇଫଲାଇନ କୁହାଯାଉଥିବା ଓଭରବ୍ରିଜ । ଏହି ବ୍ରିଜ ଦେଇ ପ୍ରତିଦିନ ଜିଲ୍ଳା ମୁଖିଆ ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ଶାସକ ଓ ବିରୋଧୀ ଦଳର ନେତା, ମନ୍ତ୍ରୀମାନେ ଯାତାୟାତ କରିନ୍ତି ତେବେ ଏହାର ସ୍ଥାୟୀ ସମାଧାନ ଦିଗରେ କେହି ବି କେବେ ହେଲ କିଛି ପଦକ୍ଷେପ ନେଉ ନ ଥିବାରୁ ଖାଲଖମାରେ ପଡି ରହିଛି ବୋଲି ସହରବାସୀ ଅଭିଯୋଗ କରୁଛନ୍ତି ।

ଚଳିତ ବର୍ଷର ଗତ ମାର୍ଚ୍ଚ ମାସରେ ଓଭରବ୍ରିଜ ଉପରେ ହୋଇଥିବା ଖାଲଖମାକୁ ପୂରଣ କରିବା ପାଇଁ ପାଖାପାଖି ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହାକୁ ସଂପୂର୍ଣ୍ଣ ଭାବେ ପିଚୁରାସ୍ତା କାମ କରାଯାଇଥିଲା ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଲକଡାଉନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଓଭରବ୍ରିଜ ରାସ୍ତାର ମରାମତି କାର୍ଯ୍ୟ ବର୍ଷା ଦିନ ପୂର୍ବରୁ ଶେଷ କରିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଠିକାଦାର ଜଣଙ୍କ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ବର୍ତମାନ ପୁଣି ପୂର୍ବାବସ୍ଥାକୁ ଫେରି ଆସିଛି ଓଭରବ୍ରିଜ ରାସ୍ତା । ପୁଣି ରାସ୍ତାର ବିଭିନ୍ନ ସ୍ଥାନରେ ଦେଖାଗଲାଣି ବଡ ବଡ ଖାଲଖମା । ଯାହାକୁ ନେଇ ଯାତାୟାତ କରୁଥିବା ଗାଡି ଚାଳକମାନେ ଏହି ଖାଲଖମାରେ ପଡି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାୟଗଡ ସହରରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ହେଉ ଅଥବା ମାଲକାନଗିରିରୁ ଭୁବନେଶ୍ୱର ଭଳି ରାଜ୍ୟର ଅନେକ ସ୍ଥାନକୁ ଯିବା ପାଇଁ ଏଡି ଓଭରବ୍ରିଜ ଏକ ମୁଖ୍ୟ ରାସ୍ତା ପାଲଟି ଥିବା ବେଳେ ଜିଲ୍ଳାରେ ଥିବା ଶିଳ୍ପାନୁଷ୍ଠାନଗୁଡିକକୁ ଶହ ଶହ ମାଲବାହୀ ଗାଡି ଚଳାଚଳ କରୁଛି । ତେବେ ଲକଡାଉନ ଯୋଗୁଁ ଗାଡି ଚଳାଚଳ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଓଭରବ୍ରିଜ ଉପରେ କରାଯାଇଥିବା ମରାମତି କାମରୁ ଏବେ ପିଚୁ ଉଠିଗଲାଣି । ଓଭରବ୍ରିଜରୁ ପିଚୁ ଉଠିଯାଉଥିବାରୁ ନିମ୍ନମାନର କାମ ହୋଇ ଥିବା ନେଇ ସହରବାସୀ ଅଭିଯୋଗ କରୁଥିବା ବେଳେ କାମ କରିଥିବା ଠିକାଦାରଙ୍କୁ ୧ବର୍ଷ ସମୟସୀମା ଅବଧୀ ଦିଆଯାଇଛି ଏଥି ମଧ୍ୟରେ କୈାଣସି ପ୍ରକାର ପୁନଃମରାମତି ଆବଶ୍ୟକ ହେଲେ ଠିକାଦାର ନିଜ ଖର୍ଚ୍ଚରୁ ହିଁ କରିବେ ବୋଲି ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.