ଘୁମୁରା, ବଜାଶାଲ ଓ ଖୋଳକରତାଳରେ କମ୍ପିଲା କାର୍ଜୀ ମାଝୀ ମଞ୍ଚ

ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍ଯାପିତ

କଳାହାଣ୍ଡି,୧୩/୧୨:

ହଜାର ହଜାର ମହିଳା, ପୁରୁଷ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ତଥା ଘୁମୁରା, ସଂକୀର୍ତ୍ତନର ଘୋଷନାଦରେ ଆରମ୍ଭ ହୋଇଥିଲା ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ଯାହା ଶେଷ ହୋଇଥିଲା ଅନେକ କଳାକାରଙ୍କ ସମାଗମ, ବଜାଶାଲ, ପାଲା ଆଦି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ।

ଦିନତମାମ ଲାଞ୍ଜିଗଡ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁର ପାଲଟିଥିଲା କଳା-କଳାକାର, ପ୍ରତିଭା-ଦକ୍ଷତାର ମହାମିଳନସ୍ଥଳୀ । ହଜାର ହଜାର ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆଜି ଲାଞ୍ଜିଗଡ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଛି ଏହି ଢଙ୍ଗରେ । ଉତ୍ସବର ଅୟମାରମ୍ଭ ସମୟରେ ବିଶ୍ୱନାଥପୁର ବସ୍ତି ମାଁ ହୀରାନୀଳାଙ୍କ ପୀଠ ବାଲିଘରଠାରୁ ଏକ ବର୍ଣ୍ଣାଢ୍ୟ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବ ସ୍ଥଳକୁ ଯାଇଥିଲା । ଉତ୍ସବସ୍ଥଳରେ ମଶାଲ ସ୍ଥାପନ ପରେ ଆରମ୍ଭ ହୋଇଥିଲା ଉଦ୍ଘାଟନୀ ଉତ୍ସବ ।

ଗୋଷ୍ଟୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ । ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘର ସଭାପତି ଟଙ୍କଧର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ଏବିଡିଓ ବିଭୁତିଭୂଷଣ ଶତପଥି, ସିଡିପିଓ କୁସୁମ ମଞ୍ଜରୀ ପ୍ରହରାଜ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବରିଷ୍ଠ ନାଗରିକ ରଘୁବୀର ନାଗ, ପ୍ରହଲ୍ଲାଦ ନାଏକ, ଅନନ୍ତ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ । ଦିନତମାମ ବ୍ଲକ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରାଜନେତା, ସାହିତ୍ୟିକ ତଥା ସଂଗଠକ ଭବାନୀଶଙ୍କର ନିଆଲ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀ, ମ. ରାମପୁର ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ବ୍ଲକ ଯୋଗାଣ ନିରୀକ୍ଷକ ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ସମାଜସେବୀ ତରୁଣ କୁମାର ଦାସ, ଉପେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଗୌରାଙ୍ଗ ମାଝୀ, ସାଲେରିରଞ୍ଜନ ମିଶ୍ର, ରାଜେଶ ମହାରଣା, ହରେକୃଷ୍ଣ ଘଡେଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷାବିତ୍ ତପନ କୁମାର ଭୋଇ ଓ ଯୁବଲେଖକ ସୁଶୀଲ କୁମାର ବାଗ ।

ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବଛାବଛା ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରିଥିବାବେଳେ କମର୍ଦ୍ଧାର ଓମପ୍ରକାଶ ମାଝୀଙ୍କ ମିମିକ୍ରି, ମହାଲିଙ୍ଗର ପାଲା, ରାକ୍ସି ଜୟଦୁର୍ଗା ଘୁମୁରା ଦଳର ଘୁମୁରା ଓ ବିଶ୍ୱନାଥପୁର ବ୍ଲକ କଲୋନୀ ବିଦ୍ୟାଳୟର ଛୋଟଛୋଟ ଛାତ୍ରଛାତ୍ରୀମାନଙ୍କ ବଜାଶାଲ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।ସ୍ବତନ୍ତ୍ର ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ odiabarta.inFor latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.