କବିତା ମହାନ୍ତୀଙ୍କ କବିତା : ମକରସଂକ୍ରାନ୍ତି ଆଜି

ଆନନ୍ଦ ଲହରୀ ଖେଳେ ଓଡିଆରେ
ମକରସଂକ୍ରାନ୍ତି ଆଜ
ବଡଦେଉଳରେ ବଡ ଠାକୁରମୋ
ସୁନାର ବେଶରେ ସଜ ।
ମକରଚୂଡାକୁ ମୁଣ୍ଡରେ ବାନ୍ଧନ୍ତି
ମକର ବେଶେ ଠାକୁର
ମକର ଚାଉଳ ମକର ପାନ୍ଯ
ଭୋଗରେ ଲାଗେ ତାଙ୍କର ।
ମହାଲକ୍ଷ୍ମୀ ଭାର ବାପଘରୁ ଆଣି
ଆସନ୍ତି ବଡ ଦେଉଳ
ଅରୁଆ ଚାଉଳ ଘିଅ ସର ଖୁଆ
ବାଢ଼ି ମକର ଚାଉଳ ।
ମକର ଚାଉଳ କେତେ ପିଠାପଣା
ପର୍ବର ଆନନ୍ଦ ଆଣି
ଶିବାଳୟ ନାନା ଦେବାଳୟେ ଭକ୍ତ
ଝୁମନ୍ତି ଭକ୍ତିରେ ପୁଣି ।
ହାଇଟେକ ଗୁଂଡି ଉଡଇ ଆକାଶେ
ଦେଖ ରାଜଧାନୀ ଠାଣି
କଟକେ ପ୍ରସିଦ୍ଧ ଗୁଂଡି ଉଡାପର୍ବ
ମହାନଦୀ ପଠା ଋଣି ।
ପୋଙ୍ଗଲ ଲୋହରୀ ଗଙ୍ଗା ଆରାଧନା
ପର୍ବର ଚାଙ୍ଗୁଡ଼ି ନେଇ
ସୀମାନ୍ତେ ପାଳନ୍ତି ଆନନ୍ଦେ ଲୋହରୀ
ମୋ’ ପ୍ରିୟ ଯବାନ ଭାଇ ।
ଓଡିଆ ଭାଷାର ବାଣୀପୁତ୍ରଙ୍କର
ଜୟନ୍ତୀ ପାଳୁଛୁ ଆମ୍ଭେ
ଆମ ଭାଷା ଆମ ପରବ ପର୍ବାଣି
ହସୁଥାଉ ଗର୍ବ ଦମ୍ଭେ ।

ପ୍ରଧାନ ଶିକ୍ଷୟିତ୍ରୀ

ସାଇଲୋଝାରପଡା ଉପ୍ରାବିଦ୍ଯାଳୟ, କଣ୍ଟାପଡା କଟକ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.