ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଚାରି ସପ୍ତାହ ବନ୍ଦ ରହିବ ସାପ୍ତାହିକ ବଜାର

ଆମପାଣି ସଟ୍ ଡାଉନ୍

କୋକସରା,୪/୭: ଶନିବାର ଆମପାଣି ଅଞ୍ଚଳ ସମେତ ସାପ୍ତାହିକ ବଜାର ବନ୍ଦ ରହିଥିଲା । ସାମ୍ଭାବ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ ଅଞ୍ଚଳକୁ ୧୨ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଥିଲେ ।

ଏହି ସଟଡାଉନ ସମ୍ବନ୍ଧରେ ସରପଞ୍ଚ ପ୍ରଶାସନ ଓ ଆମପାଣି ଥାନାଧିକାରୀଙ୍କୁ ଅବଗତ କରାଇଥିଲେ । ସଟଡାଉନ ଘୋଷଣାକୁ ମାନି ଅଞ୍ଚଳର ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । ଆଗକୁ ଚାରି ସପ୍ତାହ ଆମପାଣି ସାପ୍ତାହିକ ବଜାର ସଟଡାଉନ ହେବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେ, କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତରେ ଅବସ୍ଥିତ ଆମପାଣିରେ ପ୍ରତି ଶନିବାର ଦିନ ସାପ୍ତାହିକ ବଜାର ବସିଥାଏ । ପଡୋଶୀ ନବରଙ୍ଗପୁର, ଜୟପୁର ଓ କୋରାପୁଟ ଜିଲ୍ଲାର ଅନେକ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଅଧୁନା ପଡୋଶୀ ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ କରୋନା ମହାମାରୀର ଗୋଷ୍ଠୀ ସଂକ୍ରମଣକୁ ଦୂର କରିବା ପାଇଁ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ ଶନିବାର ସାପ୍ତାହିକ ବଜାର ସହ ଦୋକାନ ବଜାର ଓ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.